ETV Bharat / business

ସେନସେକ୍ସ 3 ହଜାର ଓ ନିଫ୍ଟି 900 ପଏଣ୍ଟ ହ୍ରାସ , 10 ଲକ୍ଷ କୋଟି ସ୍ବାହା - Nifty slips below 10,000

ଗୁରୁବାର କାରବାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ସର୍ବାଧିକ ହ୍ରାସ ସହ ରେକର୍ଡ କରିଛନ୍ତି । ଦିନ 2.30 ସୁଦ୍ଧା ସେନସେକ୍ସ 3 ହଜାରରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ସହ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ନିଫ୍ଟି 10 ହଜାର ତଳେ କାରବାର କରୁଛି ।

Sensex crashes 1800 points; Nifty slips below 10,000-mark in opening trade
ଧରାଶାୟୀ ସେୟାରବଜାର : ଚିତପଟ୍ଟାଙ୍ଗ ସେନସେକ୍ସ
author img

By

Published : Mar 12, 2020, 11:23 AM IST

Updated : Mar 12, 2020, 3:25 PM IST

ମୁମ୍ବାଇ: କୋରୋନା ଭୟରେ ପୁଞ୍ଜି ବଜାରରେ ଭୁକମ୍ପ । ଗୁରୁବାର କାରବାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ସର୍ବାଧିକ ହ୍ରାସ ସହ ରେକର୍ଡ କରିଛନ୍ତି । ଦିନ 2.30 ସୁଦ୍ଧା ସେନସେକ୍ସ 3 ହଜାରରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ ସହ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ନିଫ୍ଟି 10 ହଜାର ତଳେ କାରବାର କରୁଛି । ଏଥିଯୋଗୁଁ ନିବେଶକଙ୍କ ପ୍ରାୟ 10 ଲକ୍ଷ କୋଟି ଟଙ୍କା ଧୋଇହୋଇସାରିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 3,154.91 ପଏଣ୍ଟ ହ୍ରାସ ପାଇ 32,542.49 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 923.45 ପଏଣ୍ଟ କମି 9,534.95.ରେ କାରବାର କରୁଛି । କାରବାର ଆରମ୍ଭରେ ସେନସେକ୍ସ 2424 ପଏଣ୍ଟ ଖସିଥିବା ବେଳେ ନିଫ୍ଟି 9 ହଜାର 800ରେ କାରବାର କରୁଥିଲା ।

କୋରୋନାକୁ ବିଶ୍ବ ମହାମାରୀ ଘୋଷଣା ପରେ ହାହାକାର ବିଶ୍ବ କାରବାର । ସେପଟେ ଆମେରିକା ରାଷ୍ଟ୍ରପତି ମଧ୍ୟ ୟୁରୋପ ଉପରେ ପ୍ରତିବନ୍ଧକ ଲଗାଇ ସମସ୍ତ ଯାତାୟତକୁ ସ୍ଥଗିତ କରିଦେଇଛି। ଏହାର ପ୍ରଭାବରେ ଆମେରିକା ବଜାର 6 ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ ବେଞ୍ଚମାର୍କ ଡାଉ ଜୋନ୍ସ 1400 ପଏଣ୍ଟରୁ ଉର୍ଦ୍ଧ୍ବ ଖସିଛି । ଯେଉଁଥିପାଇଁ ଏସିଆର ବଜାରରେ ନିବେଶକଙ୍କ କୋଟି କୋଟି ବୁଡିଗଲାଣି ।

ଚଳିତ ବର୍ଷ ଜାନୁଆରୀ 20ରେ ସେନସେକ୍ସ ସର୍ବାଧିକ 42,273 ସ୍ତରକୁ ଛୁଇଁଥିଲା । ଏହାକୁ ଦେଖିବାକୁ ଗଲେ ସେୟାର ସୂଚକାଙ୍କ ଏବେ 20 ପ୍ରତିଶତ ଖସିଛି । ଟାଟା ଷ୍ଟିଲ, ONGC, ଏକ୍ସିସ ବ୍ୟାଙ୍କ , ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏନଟିପିସି, ଇଣ୍ଡସାଇଣ୍ଡ ବ୍ୟାଙ୍କ , ଆରଆଇଏଲ ଭଳି ସେନସେକ୍ସର ବଡ ବଡ ସେୟାର ସବୁ 9.5 ପ୍ରତିଶତ ହ୍ରାସ ପାଇଛି ।

Last Updated : Mar 12, 2020, 3:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.