ETV Bharat / business

ଖସିଲା ସେନସେକ୍ସ: ଉଠିଲା IT ସେୟାର - ସେନସେକ୍ସ

କାରବାର ଆରମ୍ଭରେ ସେନସେକ୍ସ ପ୍ରବଳ ପ୍ରଫିଟ ସହ ଉପରମୁହାଁ ଥିଲା ବେଳେ ଶେଷ ସୁ୍ଦ୍ଧା 67 ପଏଣ୍ଟ ଖସିଛି । ଆଇଟି ସେୟାର ବଢିଥିବାବେଳେ ଖସିଛି ବ୍ୟାଙ୍କିଙ୍ଗ ସେୟାର । ଅଧିକ ପଢନ୍ତୁ..

ଖସିଲା ସେନସେକ୍ସ : ଉଠିଲା IT ସେୟାର
ଖସିଲା ସେନସେକ୍ସ : ଉଠିଲା IT ସେୟାର
author img

By

Published : Jun 30, 2021, 8:21 PM IST

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ନକରାତ୍ମକ ସଙ୍କେତ ଓ ଘରୋଇ ବଜାରରେ ଅଧିକ ପ୍ରଫିଟ ବୁକିଂ ଯୋଗୁଁ ବୁଧବାର ବି ହ୍ରାସ ସେୟାର ସୂଚକାଙ୍କ । କାରବାର ଆରମ୍ଭରେ ସେନସେକ୍ସ ପ୍ରବଳ ପ୍ରଫିଟ ସହ ଉପରମୁହାଁ ଥିଲାବେଳେ ଶେଷ ସୁ୍ଦ୍ଧା 67 ପଏଣ୍ଟ ଖସିଛି ।

ଦିନର କାରବାରରେ ପ୍ରାୟ 400 ପଏଣ୍ଟ ଉପରକୁ ଯିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 66.95 ପଏଣ୍ଟ ହ୍ରାସ ହୋଇ 52,482.71 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 26.95 ପଏଣ୍ଟ କମି 15,721.50 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସରେ ସାମିଲ ସେୟାରରେ ପାୱାର ଗ୍ରୀଡର ସେୟାର ସବୁଠୁ ଅଧିକ ହ୍ରାସ ହୋଇଛି । ଏଥିରେ 1 ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଏଥିସହ ବଜାଜ ଫିନସର୍ଭ , ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି , ଏନଟିପିସି , ଏଚୟୁଏଲ ଓ ଲାର୍ସନ ଆଣ୍ଡ ଟ୍ରୁବ୍ରୋରେ ବି ହ୍ରାସ ହୋଇଛି । ସେପଟେ ଇମ୍ଫୋସିସ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନେସଲେ ଇଣ୍ଡିଆ ଓ ମାରୁତି ସେୟାର ବୃଦ୍ଧି ରେକର୍ଡ କରିଛି ।

କାରବାର ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା , ଧାତୁ ଓ ଗାଡି କମ୍ପାନୀର ସେୟାରରେ କ୍ରୟ ଦେଖିବାକୁ ମିଳିଛି । ଫାର୍ମା କ୍ଷେତ୍ରର କମ୍ପାନୀ ମଜବୁତ ରହିଛି । ସେପଟେ ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ ଦାମ 0.79 ପ୍ରତିଶତ ବଢି ବ୍ୟାରେଲ ପ୍ରତି 74.87 ଡଲାର ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.