ETV Bharat / business

କଟକଣା ଭିତରେ ବି ବଜାରରେ ବୃଦ୍ଧି ଜାରି, ପ୍ରଫିଟରେ ବନ୍ଦ କାରବାର

author img

By

Published : May 10, 2021, 7:36 PM IST

ଔଷଧ ଓ ଉର୍ଜା କ୍ଷେତ୍ରର ସେୟାରରେ ସେଲଅଫ ସମର୍ଥନ ଜାରି ରହିବା ଯୋଗୁଁ 296 ପଏଣ୍ଟ ଚଢିଛି ସେନସେକ୍ସ । ସେହିଭଳି ଏନଏସଇର ନିଫ୍ଟି ବି 14,900 ପଏଣ୍ଟ ଉପରେ ବନ୍ଦ ହୋଇଛି ।

Sensex closes 296 points higher at 49,502; Nifty settles at 14,942
କଟକଣା ଭିତରେ ବି ବଜାରରେ ବୃଦ୍ଧି ଜାରି , ପ୍ରଫିଟରେ ବନ୍ଦ କାରବାର

ମୁମ୍ବାଇ: କାରବାର ସପ୍ତାହର ପ୍ରଥମ ଦିବସରୁ ବଜାରରେ ଉତ୍ସାହର ଲହର । ଔଷଧ ଓ ଉର୍ଜା କ୍ଷେତ୍ରର ସେୟାରରେ ସେଲଅଫ ସମର୍ଥନ ଜାରି ରହିବା ଯୋଗୁଁ 296 ପଏଣ୍ଟ ଚଢିଛି ସେନସେକ୍ସ । ସେହିଭଳି ଏନଏସଇର ନିଫ୍ଟି ବି 14,900 ପଏଣ୍ଟ ଉପରେ ବନ୍ଦ ହୋଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 295.94 ପଏଣ୍ଟ ବୃଦ୍ଧି ହୋଇ 49,502.41 ପଏଣ୍ଟରେ ପହଞ୍ଚିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 119.20 ପଏଣ୍ଟ ଉଛୁଳି 14,942.35 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସରେ 4 ପ୍ରତିଶତରୁ ଅଧିକ ବୃଦ୍ଧି ସହ ଲାର୍ସନ ଆଣ୍ଡ ଟୁବ୍ରୋ ସବୁଠୁ ଅଧିକ ଲାଭରେ ରହିଛି । ଡ. ରେଡ୍ଡୀଜ ଲ୍ୟାବ , ସନ ଫାର୍ମା , ଏନଟିପିସି, ଇଣ୍ଡସଇଣ୍ଡ ବ୍ୟାଙ୍କ , ପାୱର ଗ୍ରୀଡ , ଓଏନଜିସି ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାରରେ ବି ବୃଦ୍ଧି ଦେଖାଦେଇଛି ।

ଅନ୍ୟପଟେ ଅଲ୍ଟ୍ରାଟେକ ସିମେଣ୍ଟ , ଇମ୍ଫୋସିସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚସିଏଲ ଟେକ ଭଳି ସେୟାରରେ ହ୍ରାସ ହୋଇଛି । ରିଲାଏନ୍ସ ସିକ୍ୟୁରିଟିଜର ରଣନୀତିକ ପ୍ରମୁଖ ବିନୋଦ ମୋଦି କହିଛନ୍ତି କି, ‘‘ କୋଭିଡ-19 ଓ ଅନେକ ରାଜ୍ୟରେ ଲଗାଯାଇଥିବା ଲକଡାଉନ ଚିନ୍ତା ପରେ ବି ବଜାର ଲଗାତାର ଉପରମୁହାଁ ରହିଛି । ଆଜି ସର୍ବାଧିକ କ୍ଷେତ୍ର ସୂଚକାଙ୍କ ଲାଭରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.