ETV Bharat / business

ବଜାର ପ୍ରଫିଟରେ ଲାଗିଲା ଲଗାମ, ସେନସେକ୍ସ 580 ପଏଣ୍ଟ ଖସିଲା

author img

By

Published : Nov 19, 2020, 5:22 PM IST

ଆଜିର କାରବାର ଆରମ୍ଭ ପରେ ନକରାତ୍ମକ ବୈଶ୍ବିକ ସଙ୍କେତ ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ସେନସେକ୍ସ ଓ ନିଫ୍ଟି ପ୍ରବଳ ହ୍ରାସ ସହ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ...

ବଜାର ପ୍ରଫିଟରେ ଲାଗିଲା ଲଗାମ , ସେନସେକ୍ସ  580 ପଏଣ୍ଟ ହ୍ରାସ

ମୁମ୍ବାଇ: ଲଗାତାର ଉପରମୁହାଁ ରହୁଥିବା ସେୟାର ବଜାର ଆଜି ରେଡ ଆଲର୍ଟରେ ବନ୍ଦ ହୋଇଛି । କାରବାର ଶେଷ ସୁଦ୍ଧା ସେନସେକ୍ସ ଓ ନିଫ୍ଟି ହ୍ରାସ ହୋଇଛି । ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ 580.09 ପଏଣ୍ଟ ଖସି 43,599.96 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 166.55 ପଏଣ୍ଟ କମି 12,771.70 ରେ ପହଞ୍ଚିଛି ।

ଏହା ପୂର୍ବରୁ ଆଜିର କାରବାର ଆରମ୍ଭ ପରେ ନକରାତ୍ମକ ବୈଶ୍ବିକ ସଙ୍କେତ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଏଚଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ ଓ ଇମ୍ଫୋସିସ ଭଳି ବଡ ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।

ଗୁରୁବାର ପ୍ରାରମ୍ଭିକ କାରବାର ସମୟରେ ସେନସେକ୍ସ 240.96 ପଏଣ୍ଟ ହ୍ରାସ ହୋଇ 43,939.09 ରେ କାରବାର କରୁଥିଲା । ଏଭଳି ଭାବେ ଏନଏସଇ ନିଫ୍ଟି 62.80 ପଏଣ୍ଟ କମି 12,875.45 କୁ ଖସିଥିଲା ।

ସେନସେକ୍ସରେ ସର୍ବାଧିକ 2 ପ୍ରତିଶତ ହ୍ରାସ ପାୱରଗ୍ରୀଡ ସେୟାରରେ ଦେଖିବାକୁ ମିଳିଛି । ଏହା ବ୍ୟତିତ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି , ଏସିଆନ ପେଣ୍ଟସ , ଭାରତୀ ଏୟାରେଟଲ ବି ରେଡ ଆଲର୍ଟରେ କାରବାର କରୁଥିଲେ । ଅନ୍ୟପଟେ ବଜାଜ ଫିନସର୍ଭ , ଏଲଆଣ୍ଡଟି , ଟାଟା ଷ୍ଟିଲ ଓ ବଜାଜ ଫାଇନାନ୍ସରେ ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.