ETV Bharat / business

ରେକର୍ଡରେ ବଜାର, 40 ହଜାର ଟପିଲାଣି ସେନସେକ୍ସ

author img

By

Published : Oct 30, 2019, 12:39 PM IST

ବୁଧବାର କାରବାର ଆରମ୍ଭରୁ 40 ହଜାର ପାରେଇଲାଣି ସେନସେକ୍ସ । ସେପଟେ ନିଫ୍ଟି ବି 11,844 ଛୁଇଁଲାଣି । ଟିକସ କାଟ ଆଶାରେ ଉତ୍ସାହିତ ନିବେଶକ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବୁଧବାର ବଜାରରେ ବମ୍ପର ବୃଦ୍ଧି । କାରବାର ଆରମ୍ଭରୁ 40 ହଜାର ପାରେଇଲାଣି ସେନସେକ୍ସ । ସେପଟେ ନିଫ୍ଟି ବି 11,844 ଛୁଇଁଲାଣି । ଆମେରିକା ଓ ଏସିଆ ବଜାରରେ ମଜବୁତ ସଙ୍କେତ ଯୋଗୁଁ ଉଛୁଳୁଛି ଭାରତୀୟ ସେୟାର ବଜାର ।

ଐତିହାସିକ ସ୍ତରରେ ସେୟାର ସୂଚକାଙ୍କ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 218.84 ପଏଣ୍ଟ ବୃଦ୍ଧି ପାଇ 40,050.68 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 56.55 ପଏଣ୍ଟ ଅଭିବୃଦ୍ଧି ସହ 11,843.40 ରେ କାରବାର କରୁଛି ।

ମୋଦି ସରକାରଙ୍କ ପକ୍ଷରୁ STT (Security Transaction Tax) ଏବଂ LTCG (Long Term Capital Gains) ଟିକସ ହଟାଇବା ଖବରରେ ବଜାରରେ ଅଭିବୃଦ୍ଧି ଜାରି ରହିଛି । ଏପରି ସମୟରେ ନିବେଶକ ଚାହିଁଲେ କ୍ଷୁଦ୍ର ଅବଧିରେ ଟଙ୍କା ଲଗାଇ ପ୍ରଫିଟ କମାଇପାରିବେ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି ।

ସେୟାର ବଜାରରେ ଏବେ LTCG, STT ଏବଂ DDT(ଡିୱିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟିକସ) ଲଗାଯାଉଛି । ଏପରି ସ୍ଥିତିରେ ଅଧିକ ନିବେଶ ବଢାଇବାକୁ ସରକାର LTCG ଓ STT ହଟାଇବାକୁ ନୀତି ଆୟୋଗ ଓ ଅର୍ଥ ମନ୍ତ୍ରାଣଳୟର ରାଜସ୍ବ ବିଭାଗ ସହ ପିଏମଓ ଅଫିସରେ ଟିକସ ସମୀକ୍ଷା କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.