ETV Bharat / business

ଲକଡାଉନ 3.0: ବମ୍ପର ଅଫର ସହ ସାମସଙ୍ଗ ଓ LGର ପ୍ରି ବୁକିଂ ଆରମ୍ଭ - LG

ଏଲଜି ଓ ସାମସଙ୍ଗ ଉଭୟ ନିଜ ନିଜ ୱେବସାଇଟରେ ବିଭିନ୍ନ ସାମଗ୍ରୀର ପ୍ରି-ବୁକିଂ ଆରମ୍ଭ କରିଦେଇଛନ୍ତି । ଏହାକୁ ପରେ ସ୍ଥାନୀୟ ଖୁଚୁରା ଦୋକାନୀଙ୍କ ଦ୍ବାରା ହୋମ ଡେଲିଭରି କରାଯିବ । ଅଧିକ ପଢନ୍ତୁ...

Samsung, LG bet on pre-booking offers
ସାମସଙ୍ଗ ଓ LGର ପ୍ରି ବୁକିଂ ଆରମ୍ଭ
author img

By

Published : May 5, 2020, 10:30 PM IST

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି ପରେ ପ୍ରି ବୁକିଂ ଆରମ୍ଭ କରିଦେଇଛନ୍ତି ସାମସଙ୍ଗ ଓ ଏଲଜି କମ୍ପାନୀ । ଏଥିସହ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ବିଭିନ୍ନ ବମ୍ପର ଅଫର ମଧ୍ୟ ଆଣିଛନ୍ତି ।

ଏଲଜି ଓ ସାମସଙ୍ଗ ଉଭୟ ନିଜ ନିଜ ୱେବସାଇଟରେ ବିଭିନ୍ନ ସାମଗ୍ରୀର ପ୍ରି-ବୁକିଂ ଆରମ୍ଭ କରିଦେଇଛନ୍ତି । ଏହାକୁ ପରେ ସ୍ଥାନୀୟ ଖୁଚୁରା ଦୋକାନୀଙ୍କ ଦ୍ବାରା ହୋମ ଡେଲିଭରି କରାଯିବ ।

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ 10,000 ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଉପହାର ଆଣିଛି । ଏଥିରେ କ୍ୟାସବ୍ୟାକ ଓ ଅନ୍ୟ ବିଭିନ୍ନ ଅଫର ବି ସାମିଲ ରହିଛି । ଏଲଜି ମେ 15 ଯାଏଁ ଓ ସାମସଙ୍ଗ ମେ 8 ଯାଏଁ ପ୍ରି ବୁକିଂ ସେବା ଜାରି ରଖିବ ।

ଦେଶରେ ମାର୍ଚ୍ଚ 25ରୁ ଲାଗୁ ଲକଡାଉନ ଯୋଗୁଁ ଘରୋଇ ଇଲେକ୍ଟ୍ରୋନିକ ଉତ୍ପାଦର ଖୁଚୁରା ଦୋକାନ ବନ୍ଦ ରହିଛି । ସେପଟେ କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି କରି ନିୟମ ଓ ସର୍ତ୍ତ ସହ କିଛିଟା ଆଶ୍ବସ୍ତି ଦେଇଛନ୍ତି । ଏହାଦ୍ବାରା କମ୍ପାନୀ ଚାହିଦାରେ ସୁଧାର ଆସିବା ଆଶା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.