ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ଟଙ୍କା । ସୋମବାର ଟଙ୍କାର ବିନିମୟ ମୂଲ୍ୟ 8 ପଇସା ହ୍ରାସ ହୋଇ 73.55 ଟଙ୍କାରେ ହୋଇଛି ବନ୍ଦ । ବୈଶ୍ବିକ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ହୋଇଥିଲାବେଳେ ଆମେରିକା ମୁଦ୍ରା ମୂଲ୍ୟ ମଜବୁତ ଯୋଗୁଁ ଟଙ୍କା ତଳମୁହାଁ ହୋଇଛି ।
ଇଣ୍ଟରବ୍ୟାଙ୍କ ବିଦେଶୀ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା 73.76 ରେ କାରବାର ଆରମ୍ଭ କରିଥିବାବେଳେ ଦିନ ମଧ୍ୟରେ ସର୍ବନିମ୍ନ 73.76 ଓ ସର୍ବାଧିକ 73.19 ଟଙ୍କାରେ ପହଞ୍ଚିଥିଲା । ଅନ୍ତିମରେ କାରବାର ଶେଷ ସୁଦ୍ଧା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 8 ପଇସା ଖସି 73.55ରେ ପହଞ୍ଚିଛି ।
ଶୁକ୍ରବାର ଟଙ୍କାର ବିନିମୟ ମୂଲ୍ୟ 73.47 ରହିଥିଲା । ତେବେ ଛଅ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଗ୍ରୁପରେ ଡଲାରର ସ୍ଥିତି ଦର୍ଶାଉଥିବା ସୂଚକାଙ୍କ 0.22 ପ୍ରତିଶତ ବୃଦ୍ଧି ହୋଇ 91.07ରେ ପହଞ୍ଚିଛି ।
ସେପଟେ ବୈଶ୍ବିକ ବଜାରରେ ଅଶୋଧିତ ତୈଳର ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ ଦାମ 1.69 ପ୍ରତିଶତ ବଢି ବ୍ୟାରେଲ ପ୍ରତି 65.51 ଡଲାରରେ ପହଞ୍ଚିଛି ।