ମୁମ୍ବାଇ: ଆମେରିକା ମୁଦ୍ରା ସୁଦୃଢ ଓ ଏସିଆନ ମୁଦ୍ରା ଦୁର୍ବଳ ମଧ୍ୟରେ ଗୁରୁବାର ଟଙ୍କା ମୁଲ୍ୟ କମିଛି । କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କା 12 ପଇସା ହ୍ରାସ ପାଇ 75.27 ଟଙ୍କା ରହିଛି ।
ବିଦେଶୀ ମୁଦ୍ରା ବଜାରରେ ଟଙ୍କା 75.23 ଟଙ୍କାରେ କାରବାର ଖୋଲିଥିଲା । ପରେ ପୁଣି ଟଙ୍କା ମୁଲ୍ୟ ହ୍ରାସ ସହ ଗତ ବନ୍ଦ ତୁଳନାରେ 12 ପଇସା କମିଛି ।
ବୁଧବାର ଆମେରିକା ଡଲାର ତୁଳନାରେ ଟଙ୍କା 75.15 ରେ ବନ୍ଦ ହୋଇଥିଲା । ବିଦେଶୀ ମୁଦ୍ରା ବେପାରୀଙ୍କ କହିବା ଅନୁଯାୟୀ ଘରୋଇ ସେୟାର ବଜାରରେ ସକରାତ୍ମକ ଆରମ୍ଭ ଦ୍ବାରା ଟଙ୍କାକୁ ସମର୍ଥନ ମିଳିଛି । ହେଲେ ଡଲାର ବଳବାନ ସହ ବିଦେଶୀ ପାଣ୍ଠି ପ୍ରବାହ କୋଭିଡ-19 ମାମଲା ବଢୁଥିବା ଘରୋଇ ମୁଦ୍ରା ଉପରେ ଚାପ ପଡିଛି ।