ETV Bharat / business

ଡଲାର ଦୁର୍ବଳ, 76 ତଳକୁ ଖସିଲା ଟଙ୍କା

author img

By

Published : Jun 23, 2020, 3:15 PM IST

ଆଜି ବି ଡଲାର ତୁଳନାରେ ଟଙ୍କା ମଜବୁତ । ସୋମବାର ଭଳି ମଙ୍ଗଳବାର ଟଙ୍କାର ବିନିମୟ ମୁଲ୍ୟ ମଜବୁତ ରହିବା ସହ 75.87 ରହିଛି । ଅଧିକ ପଢନ୍ତୁ..

ଡଲାର ଦୁର୍ବଳ , 76 ତଳକୁ ଖସିଲା ଟଙ୍କା
ଡଲାର ଦୁର୍ବଳ , 76 ତଳକୁ ଖସିଲା ଟଙ୍କା

ମୁମ୍ବାଇ: ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ଓ ବିଦେଶୀ ପାଣ୍ଠି ପ୍ରବାହ ମଧ୍ୟରେ ନିବେଶକଙ୍କ ଧାରଣା ମଜବୁତ ରହିଛି । ଫଳରେ ମଙ୍ଗଳବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା 16 ପଇସା ସୁଦୃଢ ହୋଇଛି । ଯାହା ଦ୍ବାରା ଟଙ୍କାର ବିନିମୟ ମୁଲ୍ୟ 75.87 ଟଙ୍କା ରହିଛି ।

ବିଦେଶୀ ମୁଦ୍ରା ଡିଲରଙ୍କ କହିବା ଅନୁଯାୟୀ ଅଶୋଧିତ ତୈଳ ଦାମ ହ୍ରାସ ହୋଇଥିବାରୁ ଘରୋଇ ମୁଦ୍ରା ବଜାରକୁ ସାହାରା ମିଳିଛି । ଯେଉଁଥିପାଇଁ ଡଲାର ଦୁର୍ବଳ ଓ ଅନ୍ୟ ବିଦେଶୀ ମୁଦ୍ରା ମଜବୁତ ହୋଇଛି ।

ସୋମବାର କାରବାର ଶେଷ ସୁଦ୍ଧା 1 ଡଲାର 76 ଟଙ୍କୈ 03 ପଇସା ରହିଥିଲା । ତେବେ ମଙ୍ଗଳବାର ମଧ୍ୟ ଡଲାର ସାମାନ୍ୟ ଦୁର୍ବଳ ହୋଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଫ୍ୟୁଚର ବ୍ୟାରେଲ ପ୍ରତି 0.19 ପ୍ରତିଶତ ହ୍ରାସ ପାଇ 43 ଡଲାରରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.