ETV Bharat / business

ବଢୁଛି ଡଲାର ଚାହିଦା , 77 ନିକଟତର ଟଙ୍କା

author img

By

Published : Apr 16, 2020, 5:09 PM IST

କୋରୋନା ଆଁରେ ଅର୍ଥନୀତି । ଡଲାର ଚାହିଦା ବୃଦ୍ଧି ସହ ଖସୁଛି ଟଙ୍କା । ସେପଟେ ଅଶୋଧିତ ତୈଳ ଦାମ ମଧ୍ୟ ବଢିଚାଲିଛି । ଏହା ଦ୍ବାରା ଆମଦାନୀ ଖର୍ଚ୍ଚ ବଢିବା ଆଶଙ୍କା ରହିଛି । ଅଧିକ ପଢନ୍ତୁ..

rupee falls to new all time low against us dollar
ବଢୁଛି ଡଲାର ଚାହିଦା , 77 ନିକଟତର ଟଙ୍କା

ମୁମ୍ବାଇ: କୋରୋନା ସଙ୍କଟ ବଢିବା ସହ ଦୁର୍ବଳ ହେଉଛି ଟଙ୍କାର ବିନିମୟ ମୁଲ୍ୟ । ଗୁରୁବାର ଡଲାର ତୁଳନାରେ ଟଙ୍କା 36 ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ମୁଲ୍ୟ ହ୍ରାସ ସହ ଡଲାର ତୁଳନାରେ ଟଙ୍କା 76.75 ପଇସାରେ କାରବାର ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଏହା ପୁଣି 76 .80 ପଇସାରେ ପହଞ୍ଚିଥିଲା । ଯାହାକି ଏହାର ସବୁଠୁ ବଡ ହ୍ରାସ ରେକର୍ଡ ।

ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବୈଶ୍ବିକ ବଜାରରେ ବିପଦକୁ ଦେଖି ନିବେଶକ ସୁରକ୍ଷିତ ନିବେଶ ପାଇଁ ଚେଷ୍ଟ କରୁଛନ୍ତି । ଫଳରେ ଡଲାରର କ୍ରୟ ବୃଦ୍ଧି ସହ ଅନ୍ୟ ମୁଦ୍ରାର ମୁଲ୍ୟ ଖସୁଛି ।

ବୁଧବାର ଟଙ୍କାରବିନିମୟ ମୁଲ୍ୟ 76.44 ପଇସାରେ ବନ୍ଦ ହୋଇଥିଲା । ଏଥିମଧ୍ୟରେ ଅଶୋଧିତ ତୈଳ ବ୍ୟାରେଲ ପିଛା 1.44 ପ୍ରତିଶତ ବୃଦ୍ଧି ସହ 28.09 ଡଲାରରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.