ETV Bharat / business

ଡଲାର ତୁଳନାରେ ଦୁର୍ବଳ ପଡିଲା ଟଙ୍କା

author img

By

Published : Jun 9, 2020, 9:16 PM IST

ମଙ୍ଗଳବାର ଦୁର୍ବଳ ପଡିଛି ଟଙ୍କା । ଡଲାର ତୁଳନାରେ ଟଙ୍କା 75.61ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

rupee depreciates by 6 paise to rs 75.61
ଡଲାର ତୁଳନାରେ ଦୁର୍ବଳ ପଡିଲା ଟଙ୍କା

ମୁମ୍ବାଇ: ଘରୋଇ ବଜାରରେ ହ୍ରାସ ଓ ଅନ୍ୟ ପ୍ରମୁଖ ବିଦେଶୀ ମୁଦ୍ରା ତୁଳନାରେ ଡଲାର ମଜବୁତ ଯୋଗୁଁ ଖସିଲା ଟଙ୍କାର ବିନିମୟ ମୂଲ୍ୟ । ମଙ୍ଗଳବାର ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା 6 ପଇସା ହ୍ରାସ ପାଇ ଡଲାର ତୁଳନାରେ 75.61ଟଙ୍କାରେ ବନ୍ଦ ହୋଇଛି ।

କାରବାରୀଙ୍କ ଅନୁସାରେ ସ୍ଥାନୀୟ ସିକ୍ୟୁରିଟି ବଜାରରେ ବିଦେଶୀ ପାଣ୍ଠିର ନିବେଶ ବୃଦ୍ଧି ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ପୁନର୍ବାର ଆରମ୍ଭ ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଛି । କିନ୍ତୁ ଅନ୍ୟ ପ୍ରମୁଖ ବିଦେଶୀ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ମଜବୁତ ହେବା ଯୋଗୁଁ ଟଙ୍କା ଉପରେ ଚାପ ବଢିଯାଇଥିଲା |

ମଙ୍ଗଳବର ବିଦେଶୀ ମୁଦ୍ରା ବଜାରରେ ଟଙ୍କା 75.53ରେ କାରବାର ଆରମ୍ଭ କରିଥିଲା । ହେଲେ କାରବାର ଶେଷ ସୁଦ୍ଧା ଏହା ହ୍ରାସ ପାଇ 75.61ରେ ପହଞ୍ଚିଛି ।

ଏହା ପୂର୍ବରୁ ସୋମବାର ଡଲାର ତୁଳନାରେ ଟଙ୍କା 75.55 ରେ ବନ୍ଦ ହୋଇଥିଲା । 4 ଘଣ୍ଟାର କାରବାର ମଧ୍ୟରେ ଟଙ୍କା75.43 ରୁ 75.61 ମଧ୍ୟରେ ହ୍ରାସ ବୃଦ୍ଧି ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.