ETV Bharat / business

ଝୁଣ୍ଟିଲା ଡଲାର, 11 ମାସର ସର୍ବୋଚ୍ଚରେ ଟଙ୍କା - dollar

11 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା । 6 ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

ଝୁଣ୍ଟିଲା ଡଲାର  , 11 ମାସର ସର୍ବୋଚ୍ଚରେ ଟଙ୍କା

author img

By

Published : Feb 10, 2021, 8:37 PM IST

ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ପ୍ରଫିଟ ଓ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ ବଢିବା ଦ୍ବାରା ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଛି । ବୁଧବାର ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟ 3 ପଇସା ସୁଦୃଢ ରହିଛି । ଫଳରେ ଡଲାର ତୁଳନାରେ ଟଙ୍କା 72.84ରେ ବନ୍ଦ ହୋଇଛି । ଯାହାକି 11 ମାସର ସର୍ବୋଚ୍ଚ ସ୍ତର ।

6 ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ଯୋଗୁଁ ଟଙ୍କାକୁ ସମର୍ଥନ ମିଳିଛି । ଏହା ପୂର୍ବରୁ 2020 ମାର୍ଚ୍ଚ 2 ତାରିଖରେ ଟଙ୍କାର ବିନିମୟ ମୂଲ୍ୟ 72.89 ରହିଥିଲା । ମଙ୍ଗଳବାର ମଧ୍ୟ ଡଲାର ତୁଳନାରେ ଟଙ୍କା 9 ପଇସା ସୁଦୃଢ ହୋଇଥିଲା ।

ଏଥିମଧ୍ୟରେ 6 ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ସ୍ଥିତିକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.03 ପ୍ରତିଶତ ଖସି 90.42 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.