ETV Bharat / business

ଭାଙ୍ଗିଲା ଡଲାର ଅଣ୍ଟା, ମଜବୁତ ଟଙ୍କା

author img

By

Published : Mar 9, 2021, 9:59 PM IST

ଡଲାର ଦୁର୍ବଳ । ଟଙ୍କା ସୁଦୃଢ । ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ୟ 32 ପଇସା ମଜବୁତ ହୋଇଛି । ଅଧିକ ପଢନ୍ତୁ..

ଟଙ୍କା ଶକ୍ତିଶାଳୀ
ଟଙ୍କା ଶକ୍ତିଶାଳୀ

ନୂଆଦିଲ୍ଲୀ: ଆମେରକୀୟ ଡଲାର ତୁଳନାରେ ସୁଦୃଢ ହୋଇଛି ଟଙ୍କା । ମଙ୍ଗଳବାର ଟଙ୍କାର ବିନିମୟ ମୂଲ୍ୟ 32 ପଇସା ମଜବୁତ ହୋଇଛି । ଫଳରେ 1 ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ 72.93 ରେ ପହଞ୍ଚିଛି ।

ଘରୋଇ ସେୟାର ବଜାରରେ ସୁଦୃଢ ତଥା ବୈଶ୍ବିକ ବଜାରରେ ଆମେରକୀୟ ମୁଦ୍ରା ଦୁର୍ବଳ ହେବା ଦ୍ବାରା ଟଙ୍କାକୁ ସମର୍ଥନ ମିଳିଛି । ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଡଲାର ଦୁର୍ବଳ ଓ ଟଙ୍କାକୁ ସମର୍ଥନ ମିଳିଛି ।

ଆଜି ଟଙ୍କାର ବିନିମୟ ଦର 73.16ରେ କାରବାର ଆରମ୍ଭ କରିଥିବାବେଳେ କିଛି ସମୟ ପରେ ଏହାକୁ ବଳ ମିଳିଥିଲା । ଫଳରେ ସର୍ବୋଚ୍ଚ 72.91 ଓ ସର୍ବନିମ୍ନ 73.25 ଟଙ୍କାରେ ପହଞ୍ଚିଥିଲା ।

ଶେଷରେ ଏହା ସୋମବାରର ବନ୍ଦ ସ୍ତର ଠାରୁ 32 ପଇସା ବଢି 72.93 ଟଙ୍କାରେ ବନ୍ଦ ହୋଇଛି । ସୋମବାର ଟଙ୍କା ଡଲାର ତୁଳନାରେ 73.25 ରେ ପହଞ୍ଚିଥିଲା ।

ଦୁନିଆର ଛଅ ପ୍ରମୁଖ ମୁଦ୍ରାର ସମକ୍ଷ ଡଲାରର ସୁଦୃଢତାକୁ ଦର୍ଶାଉଥିବା ଡଲାର ସୂଚକାଙ୍କ ମଧ୍ୟ 0.37 ପ୍ରତିଶତ ଖସି 91.96 ପଏଣ୍ଟରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.