ETV Bharat / business

Cryptocurrency ମୁଦ୍ଦା ଉପରେ ମୋଦିଙ୍କ ସମୀକ୍ଷା; ଯୁବବର୍ଗଙ୍କୁ ଭ୍ରମିତ କରୁଛି ଡିଜିଟାଲ ମୁଦ୍ରା - cryptocurrency issue meeting

ଶନିବାର କ୍ରିପ୍ଟୋକରେନ୍ସି ପ୍ରସଙ୍ଗରେ ଏକ ବୈଠକ ବସିଛି । ଏହି ଡିଜିଟାଲ ମୁଦ୍ରା ବିଜ୍ଞାପନ ଯୁବପିଢିଙ୍କୁ ଭ୍ରମିତ କରୁଛି । ଏଭଳି ଉଦ୍ୟମ ବନ୍ଦ ହେବା ଜରୁରୀ ବୋଲି ବୈଠକରେ ଚର୍ଚ୍ଚା । ଅଧିକ ପଢନ୍ତୁ...

କ୍ରିପ୍ଟୋକରେନ୍ସି ମୁଦ୍ଦା ଉପରେ ମୋଦିଙ୍କ ସମୀକ୍ଷା; ଯୁବବର୍ଗଙ୍କୁ ଭ୍ରମିତ କରୁଛି ଡିଜିଟାଲ ମୁଦ୍ରା

author img

By

Published : Nov 14, 2021, 8:40 AM IST

ନୂଆଦିଲ୍ଲୀ: ଶନିବାର କ୍ରିପ୍ଟୋକରେନ୍ସି ମୁଦ୍ଦା ଉପରେ ଏକ ସମୀକ୍ଷା ବୈଠକ ବସିଛି । ଏଥିରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ବୈଠକରେ କ୍ରିପ୍ଟୋକରେନ୍ସିଂ ବିଜ୍ଞାପନ ଉପରେ ଆଲୋଚନା କରାଯାଇଛି । ଏହି ଡିଜିଟାଲ ମୁଦ୍ରା ବିଜ୍ଞାପନ ଯୁବପିଢିଙ୍କୁ ଭ୍ରମିତ କରୁଛି । କାରଣ ବର୍ତ୍ତମାନ ଯୁବବର୍ଗ ଏହି କରେନ୍ସିରେ ନିବେଶ ପାଇଁ ବିଶେଷ ଆଗ୍ରହୀ ହେଉଛନ୍ତି । ତେଣୁ କ୍ରିପ୍ଟୋକରେନ୍ସିଂକୁ ନେଇ ମିଥ୍ୟା ଦାବି କରିବା ଏବଂ ଯୁବବର୍ଗକୁ ଭ୍ରମିତ କରିବା ଭଳି ଉଦ୍ୟମ ବନ୍ଦ ହେବା ଜରୁରୀ ବୋଲି ବୈଠକରେ ଜୋର୍ ଦିଆଯାଇଛି ।

ରିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ପରାମର୍ଶ ପ୍ରକ୍ରିୟାରେ ଏହି ବୈଠକ ବସିଥିଲା । ଯେଉଁଥିରେ ମନ୍ତ୍ରଣାଳୟଗୁଡିକ ଦେଶବିଦେଶର ବିଶେଷଜ୍ଞ ଏବଂ ଷ୍ଟେକ ହୋଲ୍ଡରଙ୍କ ସହ କ୍ରିପ୍ଟୋକରେନ୍ସିଂ ସମ୍ବନ୍ଧିତ ମୁଦ୍ଦା ଉପରେ ବିଚାର ବିମର୍ଶ କରିଛନ୍ତି । ବୈଠକରେ ନିର୍ଣ୍ଣୟ ନିଆଯାଇଛି ଯେ, ଏହି ଡିଜିଟାଲ କରେନ୍ସିଂକୁ ନେଇ ଭାରତ ସରକାର ବିଭିନ୍ନ ବିଶେଷଜ୍ଞ ଏବଂ ଷ୍ଟେଟ ହୋଲ୍ଡରଙ୍କ ସହ ଲଗାତାର ଚର୍ଚ୍ଚା ଜାରି ରଖିବେ । ଅସ୍ଥାୟୀ କ୍ରିପ୍ଟୋ ମାର୍କେଟକୁ ମନି ଲଣ୍ଡରିଂ, ଟେଣ୍ଡର ଫଣ୍ଡିଂର ହତିୟାର ହେବାକୁ ଦିଆଯିବ ନାହିଁ । ଏଥିସହ କ୍ରିପ୍ଟୋକରେନ୍ସିଂର ବିଭିନ୍ନ ଚ୍ୟାଲେଞ୍ଜଗୁଡିକର ମୁକାବିଲା ପାଇଁ ବିଶ୍ବସ୍ତରରେ ସହଭାଗିତା ପାଇଁ ଯୋଜନା ପ୍ରସ୍ତୁତ କରାଯିବାକୁ ମଧ୍ୟ କୁହାଯାଇଛି ।

ବୈଠକରେ ବିଶ୍ବବ୍ୟାପୀ କ୍ରିପ୍ଟୋକରେନ୍ସ ନେଇ ହୋଇଥିବା ବିଭିନ୍ନ ନିର୍ଣ୍ଣୟ ଉପରେ ଚର୍ଚ୍ଚା ହୋଇଛି । ବେଆଇନ କ୍ରିପ୍ଟୋ ମାର୍କେଟକୁ କଳାଧନକୁ ଧଳା କରିବା ଏବଂ ଆତଙ୍କୀ ଗତିବିଧିକୁ ଆର୍ଥିକ ସମର୍ଥନ ଯୋଗାଇବାକୁ ଦିଆଯିବ ନାହିଁ କୁହାଯାଇଛି । ସରକାର ବିଶ୍ବାସ କରୁଛନ୍ତି କି, କ୍ରିପ୍ଟୋକରେନ୍ସିଂ ଏକ ଟେକନିକ୍ ଅଟେ, ଯାହା ଲଗାତାର ଭାବେ ବିକଶିତ କରାଯାଉଛି । ତେଣୁ ଏହା ଉପରେ କଡା ନଜର ରଖିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ବିଶେଷଜ୍ଞ ଓ ଷ୍ଟେଟ ହୋଲ୍ଡରଙ୍କ ସହ ଲଗାତାର ଚର୍ଚ୍ଚା କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.