ETV Bharat / business

କ୍ରିପ୍ଟୋକରେନ୍ସିରେ ନିବେଶ ପାଇଁ ଭାବୁଛନ୍ତି କି ? ଧ୍ୟାନ ଦିଅନ୍ତୁ - Minimise investment

କ୍ରିପ୍ଟୋକରେନ୍ସି ଆୟ ଉପରେ ଅର୍ଥମନ୍ତ୍ରୀଙ୍କ ଟିକସ ଘୋଷଣା ପରେ ପୁଣିଥରେ ଏହି ଡିଜିଟାଲ ମୁଦ୍ରାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବର୍ତ୍ତମାନ ସ୍ଥିତିରେ ବହୁସଂଖ୍ୟକ ଲୋକେ ନିଜର ଆୟ ଦ୍ବିଗୁଣିତ ଲକ୍ଷ୍ୟରେ ଡିଜିଟାଲ ମୁ୍ଦ୍ରାରେ ନିବେଶ ପ୍ରତି ଆଗ୍ରହୀ ହେଉଛନ୍ତି। କହିରଖୁଛୁ କି, ଏଥିରେ ଆପଣଙ୍କ ଟଙ୍କା ଦୁଇଗୁଣା ହେବାର ଯେତିକି ସୁଯୋଗ ରହିଛି, ସେତିକି ଟଙ୍କା ପବନରେ ଉଡି ଯିବାର ରହିଛି ମଧ୍ୟ । ତେଣୁ ଯଦି ଆପଣ କ୍ରିପ୍ଟୋକରେନ୍ସିଂରେ ନିବେଶ ପାଇଁ ଚିନ୍ତୁ କରୁଛନ୍ତି ତେବେ ନିମ୍ନଲିଖିତ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ।

କ୍ରିପ୍ଟୋକରେନ୍ସିରେ ନିବେଶ ପାଇଁ ଭାବୁଛନ୍ତି କି ? ଧ୍ୟାନ ଦିଅନ୍ତୁ

author img

By

Published : Feb 23, 2022, 1:39 PM IST

ହାଇଦ୍ରାବାଦ: ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ଏବଂ ବିଶ୍ବସ୍ତରରେ କିଛି ନିବେଶକଙ୍କ ପତନର ପ୍ରମୁଖ ଭୂମିକା ଗ୍ରହଣ କରିଛି ଡିଜିଟାଲ କରେନ୍ସି(Digital currency) । ଉଦାହରଣ ସୂରୁପ, ଲୋକପ୍ରିୟ କ୍ରିପ୍ଟୋ ବିଟକଏନ ମୂଲ୍ୟ ଦୁଇ ଥର ରେକର୍ଡ ସ୍ତରରେ ପହଞ୍ଚିଛି । ଗତ ମେ ମାସରେ ପ୍ରତିଟି ବିଟକଏନର ମୂଲ୍ୟ ୫୧ ଲକ୍ଷ ଟଙ୍କା ଛୁଇଁଥିଲା । ଏହାପରେ ଏହି ଡିଜିଟାଲ ମୁଦ୍ରାର ମୂଲ୍ୟ ତୀବ୍ର ଭାବେ ତଳକୁ ଖସିଥିଲା । ପୁନର୍ବାର ନଭେମ୍ବରରେ ବିଟକଏନ ୫୪ ଲକ୍ଷକୁ ବୃଦ୍ଧି ପାଇଥିଲା । ହେଲେ ଏବେ ଏହି ଲୋକପ୍ରିୟ ଡିଜିଟାଲ ମୁଦ୍ରାର ବିନିମୟ ମୂଲ୍ୟ ୩୫ ଲକ୍ଷ ରହିଛି ।

ଯେହେତୁ ବିଟଏକନ ବୃହତ୍ କ୍ରିପ୍ଟୋକରେନ୍ସି ଅଟେ, ଏହାର ମୂଲ୍ୟରେ ଏଭଳି ଅସ୍ଥିରତା ଅନ୍ୟ କ୍ରିପ୍ଟୋକରେନ୍ସିକୁ ପ୍ରଭାବିତ କରୁଛି । ଅର୍ଥନୈତିକ ବିଶେଷଜ୍ଞମାନେ କ୍ରିପ୍ଟୋକୁ ଏକ ବବଲ୍ ଭାବେ ବିବେଚନା କରିବା ସତ୍ତ୍ବେ ମଧ୍ୟ ଅଧିକାଂଶ ଲୋକଙ୍କ ବିଶ୍ବାସ ରହିଛି ଯେ, ସେମାନେ ମୋଟା ଅଙ୍କର ଅର୍ଥ କମାଇବାର ସୁଯୋଗ ହାତଛଡା କରିଦେଇଛନ୍ତି । ତେବେ ଆପଣ କ'ଣ ଏପରି ଭାବନ୍ତି କି ?

କ୍ରିପ୍ଟୋ ଏକ ସମ୍ପତ୍ତି ଭାବେ...(As an asset):

ବର୍ତ୍ତମାନ ସୁଦ୍ଧା କ୍ରିପ୍ଟୋକରେନ୍ସିକୁ ଭାରତରେ ଆଇନଗତ ସମ୍ପତ୍ତି(Asset)ର ମାନ୍ୟତା ମିଳିନାହିଁ । ଅର୍ଥନୀତି ପାଇଁ ଏହି ମୁଦ୍ରା ବିପଦ ବୋଲି କୁହାଯାଉଛି । ଅନ୍ୟପଟେ ନିବେଶକ ଏହାକୁ ଏକ ନିବେଶ ସ୍କିମ ଏବଂ ଆର୍ଥିକ ନେଣଦେଣ(Payment) ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏହାର କାରଣ, କିଛି ରାଷ୍ଟ୍ରରେ ବ୍ୟବସାୟୀମାନେ କ୍ରିପ୍ଟୋକୁ ପେମେଣ୍ଟର ମାଧ୍ୟମ କରିଛନ୍ତି । ହେଲେ ବାସ୍ତବରେ, ସମ୍ପତ୍ତି ଭାବେ କ୍ରିପ୍ଟୋକରେନ୍ସିର କୌଣସି ଅନ୍ତର୍ନିହିତ ମୂଲ୍ୟ ନାହିଁ । ଏହା କେବଳ ବ୍ଲକଚେନ୍ ଟେକ୍ନୋଲୋଜି ଦ୍ବାରା ସଂଚାଳିତ ସ୍ପେକ୍ୟୁଲେଟିଭ ନିବେଶ ବା ଅଧିକ ରିସ୍କ ସମ୍ପନ୍ନ ନିବେଶ ଅଟେ । ଏଠାରେ ଟ୍ରେଡିଂ ପାଇଁ ଅନେକ ପ୍ରକାର ଏକ୍ସଚେଞ୍ଜ ରହିଛି । ସେଥିମଧ୍ୟରୁ ଆପଣ ଗୋଟିଏରେ ରେଜିଷ୍ଟର କରିପାରିବେ, ଏହାପରେ ଭାରତୀୟ ମୁଦ୍ରା ଆକାରରେ ଟଙ୍କା ଟ୍ରାନ୍ସଫର କରି ଟ୍ରେଡିଂ ଆରମ୍ଭ କରିପାରିବେ । ଯଦିଓ ଏଥିରେ ନିବେଶ କରିବା ଖୁବ୍ ସହଜ ଅଟେ, ହେଲେ ଏ ଦିଗରେ ବ୍ୟାପକ ସତର୍କତା ଜରୁରୀ ।

ବ୍ୟକ୍ତିଗତ ଅନୁସନ୍ଧାନ(Personal research):

ଆଜିକାଲି ବିଟକଏନ ଏବଂ ଏଥିରିୟମ ଭଳି ହଜାର ହଜାର ସଂଖ୍ୟକ କ୍ରିପ୍ଟୋକଏନ୍ସି ଉପଲବ୍ଧ ହେଉଛି । ପ୍ରତିଟି ଡିଜିଟାଲ ମୁଦ୍ରାରେ ଭିନ୍ନ ଜଟିଳତା ଏବଂ ଅସ୍ପଷ୍ଟତା ଭରି ରହିଛି । ଯେତେବେଳେ ଆପଣ କ୍ରିପ୍ଟୋରେ ନିବେଶ ପାଇଁ ଇଚ୍ଛା କରୁଛନ୍ତି, ଏହା ଭଲ ହେବ କି ଆପଣ ନିଜକ କଷ୍ଟ ଅର୍ଜିତ ଧନ ଏଥରେ ଲଗାଇବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ କ୍ରିପ୍ଟୋ ସମ୍ପର୍କରେ ଗଭୀବ ଅନୁଧ୍ୟାନ କରନ୍ତୁ । ଏଥିପାଇଁ ଆବଶ୍ୟକୀୟ ଜିନିଷଗୁଡିକୁ ଭଲ ଭାବେ ପରଖନ୍ତୁ । ଗୋଟିଏପଟେ, କୌଣସି କ୍ରିପ୍ଟୋ ସମ୍ପର୍କରେ ଶତ ପ୍ରତିଶତ ଭରସାଯୋଗ୍ୟ ସୂଚନା ଉପଲବ୍ଧ ନଥିବାବେଳେ ଅନ୍ୟପକ୍ଷେ ଏଠାରେ କିଛି ଜାଲିଆତି କ୍ରିପ୍ଟୋ ମଧ୍ୟ ରହିଛି । ତେଣୁ ନିବେଶ ପାଇଁ ସଠିକ୍ ଡିଜିଟାଲ ମୁଦ୍ରାର ଚୟନ କରିବା ମହତ୍ବପୂର୍ଣ୍ଣ ଅଟେ । ଯେତେବେଳେ ବି ଆମେ ଡିଜିଟାଲ କରେନ୍ସିରେ ବିନିଯୋଗ କରୁଛେ, ଏହା ମୁଣ୍ଡରେ ରଖିବା ଜରୁରୀ କି, ଏଥିରେ ହାଇ ରିସ୍କ ବା ଅଧିକ ବିପଦ ରହିଛି ।

ନିବେଶ କମ୍ କରନ୍ତୁ(Minimise investment):

ଏହା ଠିକ୍ ଯେ ନିବେଶ ପରିସର ସର୍ବଦା ବ୍ୟାପକ ହେବା ଆବଶ୍ୟକ । ନିର୍ଦ୍ଧିଷ୍ଟ ଆର୍ଥିକ ଲକ୍ଷ୍ୟ ହାସଲ କରିବାକୁ ହେଲେ ନିବେଶ ସବୁବେଳେ ରିଏଲ ଇଷ୍ଟେଟ, ସୁନା, ଇକ୍ବିଟି, ମ୍ୟୁଚୁଆଲ ଫଣ୍ଡ, ଛୋଟ ସଞ୍ଚୟ ଯୋଜନା ଏବଂ ବ୍ୟାଙ୍କ ଡିପୋଜିଟ ସହ ମିଶ୍ରିତ ହେବା ଜରୁରୀ । ନିଜ ଜୀବନର ଲକ୍ଷ୍ୟ, ରିସ୍କ ଧାରଣ କ୍ଷମତା ଏବଂ ରୋଜଗାର ଶକ୍ତିକୁ ବିଚାର କରି ଆପଣ କେତେ ନିବେଶ କରିପାରିବେ ତାହା ସ୍ଥିର କରିବା ଦରକାର ।

ତେଣୁ କ୍ଷୁଦ୍ର ନିବେଶକ ତଥା ନବାଗତ ନିବେଶକ(first-time investors) କ୍ରିପ୍ଟୋକରେନ୍ସି ଠାରୁ ଦୂରେଇ ରହିବା ଉଚିତ୍ । ଭଲ ହେବ ଆପଣ ନିଜ ମୋଟ ନିବେଶ ରାଶିର ମାତ୍ର ଏକ ପ୍ରତିଶତ କ୍ରିପ୍ଟୋକରେନ୍ସିରେ ଲଗାନ୍ତୁ । କାରଣ ଯଦି ବି ଏହି ଏକ ପ୍ରତିଶତ ନିବେଶରେ କ୍ଷତି ହେଉଛି, ତେବେ ଆପଣ ଅନ୍ୟ ନିବେଶ ଦ୍ବାରା ଏହାକୁ ଭରଣା କରିପାରିବେ ।

ଅସ୍ଥିରତା(Quite unstable):

କ୍ରିପ୍ଟୋ ଦୁଇ ଟ୍ରିଲିୟନ ଡଲାର ମାର୍କେଟ ଅଟେ । ପ୍ରତି ମାସରେ ଏହାର ମୂଲ୍ୟ ତଳଉପର ହୋଇଥାଏ । ଏହାକୁ ସବୁଠ ଅସ୍ଥିର ସମ୍ପତ୍ତି କୁହାଯାଏ କାରଣ ଅଧିକାଂଶ କ୍ରିପ୍ଟୋକରେନ୍ସି ସ୍ପେକୁଲେଟରଙ୍କ (speculators) ଦ୍ବାରା ସଂଚାଳିତ ହୋଇଥାଏ । ନିଶ୍ଚିତ ରୂପେ ଏହା ସେହି ଲୋକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ଯେଉଁମାନେ ଅସ୍ଥିରତା ଏବଂ କ୍ଷତି ସହ୍ୟ କ୍ଷମତା ରଖୁନଥିବେ ଏବଂ ନିଜ ଜୀବନର କିଛି ଲକ୍ଷ୍ୟ ପୂରଣ ପାଇଁ ଟଙ୍କା ସଞ୍ଚୟ କରୁଥିବେ ଅବା ନିବେଶ କରୁଥିବେ । ଆହୁରିମଧ୍ୟ, ଧ୍ୟାନ ରଖିବେ ଡିଜିଟାଲ କରେନ୍ସିଂରେ ନିବେଶ ପାଇଁ ଋଣ ନେବା ବିପଦ ଅଟେ । କାରଣ ବ୍ୟାଙ୍କ ଫିକ୍ସଡ୍‌ ଡିପୋଜିଟ୍ ଉପରେ ୫ ଲକ୍ଷ ଟଙ୍କା ଯାଏଁ ସୁରକ୍ଷା ଗ୍ୟାରେଣ୍ଟି ଥାଏ, ହେଲେ କ୍ରିପ୍ଟୋ ନିବେଶରେ ସେପରି କୌଣସି ସୁରକ୍ଷା ମିଳେନାହିଁ ।

କୃପଣତାକୁ ଏଡାନ୍ତୁ(Avoid greediness):

କ୍ରିପ୍ଟୋ ମାର୍କେଟ କୌଣସି ପ୍ରକାର ନିୟମ ଏବଂ କାନୁନ ମଧ୍ୟରେ ଆବଦ୍ଧ ନୁହେଁ । ଏଥିରେ ଆପଣଙ୍କ ଟଙ୍କା ଦୁଇଗୁଣା ହେବାର ଯେତିକି ସୁଯୋଗ ରହିଛି, ସେତିକି ପବନରେ ଟଙ୍କା ଉଡି ଯିବାର ରହିଛି ମଧ୍ୟ । ଯେତେବେଳେ ଆପଣ ଏକ ଅଧିକ ବିପଦ ଯୁକ୍ତ(high-risk) ମାର୍କେଟରେ ଏଣ୍ଟ୍ରି କରୁଛନ୍ତି ସେପରିସ୍ଥଳେ ନିଜର ଭୟ ଏବଂ କୃପଣତାକୁ ଏଡାଇବା ଜରୁରୀ । ବର୍ତ୍ତମାନ ସମୟରେ ଯଦି ମାର୍କେଟରୁ ଆପଣ ୫୦ ପ୍ରତିଶତ ଲାଭ ହାସଲ କରୁଛନ୍ତି, ଭବିଷ୍ୟତରେ ଆପଣ ଅଧିକ ଲାଭ ପାଇବେ କିମ୍ବା ବିପୁଳ କ୍ଷତି ହାସଲ ନ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ସମ୍ପ୍ରତ୍ତି କ୍ରିପ୍ଟୋରୁ ଯେ ଭଲ ରିଟର୍ଣ୍ଣ ମିଳୁଛି ତାହା ନିସନ୍ଦେହ । ହେଲେ ନବାଗତମାନେ(Newcomers) କମ୍ ବିପଦଯୁକ୍ତ ଛୋଟ କଏନରେ ନିବେଶ କରିବା ଭଲ ।

ପ୍ରକାଶଥାଉ କି, ଏପ୍ରିଲ ପହିଲାରୁ କ୍ରିପ୍ଟୋ ଜନିତ ଲାଭ ଉପରେ ୩୦ ପ୍ରତିଶତ ଟିକସ ଲାଗିବ । ଏନେଇ Bankbazaar.com ସିଇଓ ଅଦିଲ ସେଟ୍ଟୀ କହିଛନ୍ତି, ଟିକସ ଫାଙ୍କିବାକୁ କୌଣସି ପ୍ରକାର ବେଆଇନ ପଦ୍ଧତି ଅବଲମ୍ବନ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଅଧିକ ଅଡୁଆରେ ପକାଇବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.