ETV Bharat / business

ବଢିଲା LPG ସିଲିଣ୍ଡର ଦର, ଉପଭୋକ୍ତା ଗଣିବେ ଏତିକି ଟଙ୍କା... - LPG cylinders by rs 25

ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର । ଅଣସବ୍‌ସିଡି ଯୁକ୍ତ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ତର ଦାମ ୨୫ ଟଙ୍କା ବୃଦ୍ଧି ପାଇଛି। ଅଧିକ ପଢନ୍ତୁ...

LPG cylinders by rs 25
LPG cylinders by rs 25
author img

By

Published : Sep 1, 2021, 1:00 PM IST

ନୂଆଦିଲ୍ଲୀ: ମାସ ଆରମ୍ଭରୁ ହାଣ୍ଡିଶାଳକୁ ମହଙ୍ଗା ମାଡ । ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର । ଅଣସବ୍‌ସିଡି ଯୁକ୍ତ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ତର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି। ନୂଆ ଦର ଆଜିଠୁ ଲାଗୁ କରାଯାଇଛି ।

ଏହାପୂର୍ବରୁ ମଧ୍ୟ ଗତ 18 ତାରିଖରେ ଘରୋଇ ସିଲିଣ୍ଡରର ଦାମ 25 ଟଙ୍କା ବୃଦ୍ଧି ପାଇଥିଲା । ନୂଆ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ ଗ୍ୟାସର ଦାମ 884.50 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି 19 କେଜିର କର୍ମରସିଆଲ ସିଲିଣ୍ଡରର ଦରରେ 75 ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଦରକୁ ମିଶାଇଲେ ଏହାର ଦାମ 1693ଟଙ୍କାରେ ପହଞ୍ଚିଛି ।

ସରକାର କଣ କମ କରୁଛନ୍ତି ସବ୍‌ସିଡି ?

କୋରୋନାର ପ୍ରଥମ ଲହରରେ କେନ୍ଦ୍ର ସରକାର ସବ୍‌ସିଡିରେ ରୋକ୍ ଲଗାଇଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସରେ ଉପଭୋକ୍ତାଙ୍କୁ ସବସିଡି ଦିଆଯାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ । ପରେ 2021-22 ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଘରୋଇ ଗ୍ୟାସ ଓ କିରୋସିନ ପାଇଁ 14 ହଜାର କୋଟି ଟଙ୍କାର ସବସଡି ଘୋଷଣା କରିଥିଲେ । ଆର୍ଥିକ ବର୍ଷ 2020-21ରେ ତୁଳନାରେ ଯାହାକି ବହୁତ କମ୍‌ ଥିଲା ।

କଣ ରହିଛି ସବସିଡିର ନିୟମ ?

ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନୁସାରେ, ଆପଣଙ୍କ ଦରମା ଯଦି 10 ଲକ୍ଷ ଆପଣ ସବସିଡି ପାଇବାରୁ ବଞ୍ଚିତ ହେବେ । ଏପରିକି ସ୍ବାମୀ-ସ୍ତ୍ରୀଙ୍କ ଦରମା ମିଶାଇ ଯଦି ବି 10 ଲକ୍ଷ ତାହାଲେ ସେମାନେ ମଧ୍ୟ ସବସିଡି ପାଇବାରୁ ବଞ୍ଚିତ ହେବେ ।

ସରକାର ନିଅନ୍ତି 5 ପ୍ରତିଶତ GST:

ଗ୍ୟାସ ଦେଶକୁ ଆସିବା ପରେ ତୈଳ କମ୍ପାନୀ ମାନେ ଏହାର ଦର ନିର୍ଧାରଣ କରନ୍ତି । ଜ14.2 କିଲୋ ସିଲିଣ୍ଡର ଉପରେ ସବୁ ମିଶାଇ ଡିଷ୍ଟ୍ରିବ୍ୟୁସନ କମିଶନ 61.84ଟଙ୍କା ରହିଛି । ଡେଲିଭର ଚାର୍ଜ ମଧ୍ୟ 27.60 ଟଙ୍କା ସ୍ଥିର କରାଯାଇଛି । ଏହାସହ ସିଲିଣ୍ଡର ଉପରେ 5 ପ୍ରତିଶତ ଜିଏସଟି ଲଗାଯାଏ । ଯେଉଁଥିରେ କେନ୍ଦ୍ର ସରକାର 2.5 ପ୍ରଶିତ ଜିଏସଟି ନେଉଥିବା ବେଳେ ରାଜ୍ୟ ସରକାର 2.5 ପ୍ରତିଶତ ଜିଏସଟି ନିଅନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.