ETV Bharat / business

ବଢିଲା ଭାଟ୍‌, ଆଜିଠୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ

author img

By

Published : May 5, 2020, 5:39 PM IST

ପେଟ୍ରୋଲ ଓ ଡିଜେଲ ଉପରେ 30 ପ୍ରତିଶତ ଭାଟ ଲାଗୁ ପରେ ବଢିଲା ଖାଉଟିଙ୍କ ଚିନ୍ତା । ଦିଲ୍ଲୀରେ ପେଟ୍ରୋଲ ଲିଟ 71 ଟଙ୍କା ଟପିଥିବା ବେଳେ ଡିଜେଲ 70 ନିକଟତର ହୋଇଛି । ଅଧିକ ପଢନ୍ତୁ..

Petrol price
ବଢିଲା ଭାଟ୍‌ , ଆଜିଠୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ଭଣ୍ଡାରରେ ତେଲ ଗଚ୍ଛିତ ପରେ ବି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 1.67 ଟଙ୍କା ବଢିଥିଲା ବେଳେ ଡିଜେଲ 7.1 ଟଙ୍କା ବଢିଛି।

ପେଟ୍ରୋଲ ଓ ଡିଜେଲ ଉପରେ ଦିଲ୍ଲୀ ସରକାର ଭାଟ ଲାଗୁ ପରେ ଦାମ ବୃଦ୍ଧି ପାଇଛି । ଲକଡାଉନ ଜାରି ମଧ୍ୟରେ ପ୍ରଥମ ଥର ତେଲ ଦାମ ବଢିଥିବା ଦେଖାଦେଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅର୍ଥାତ ମେ 5ରୁ ଦିଲ୍ଲୀରେ ଡିଜେଲ ଲିଟର ପିଛା 69.29 ଟଙ୍କା ରହିଛି । ଯେତେବେଳେ କି ପେଟ୍ରୋଲ ଲିଟର 71.26 ଟଙ୍କାରେ ପହଞ୍ଚିଛି । ଦର୍ଶାଯାଇଛି କି ପେଟ୍ରୋଲ ଉପରେ 27 ପ୍ରତିଶତ ଭାଟକୁ ବଢାଇ 30 ପ୍ରତିଶତ କରାଯାଇଛି । ସେହିଭଳି ଡିଜେଲ ଉପରେ 16.75 ରୁ ବଢାଇ 30 ପ୍ରତିଶତ ଭାଟ ଲାଗୁ କରାଯାଇଛି ।

ଏହା ଦ୍ବାରା ସାଧାରଣ ଉପଭୋକ୍ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.