ETV Bharat / business

ସର୍ବକାଳୀନ ସ୍ତରରେ ପେଟ୍ରୋଲ-ଡିଜେଲ ଦାମ

author img

By

Published : Jan 23, 2021, 7:50 PM IST

ଆକାଶଛୁଆଁ ପେଟ୍ରୋଲ ଓ ଡିଜେଲ ଦାମ । ଚଳିତ ସପ୍ତାହରେ 4-4 ଥର ଦାମ ବଢିବା ପରେ ପେଟ୍ରୋଲ ଓ ଡିଜେଲ ଦାମ ସର୍ବକାଳନୀ ସ୍ତର ଛୁଇଁଛି । ଅଧିକ ପଢନ୍ତୁ..

ସର୍ବକାଳୀନ ସ୍ତରରେ ପେଟ୍ରୋଲ-ଡିଜେଲ ଦାମ
ସର୍ବକାଳୀନ ସ୍ତରରେ ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ: ଶନିବାର ସର୍ବକାଳୀନ ସ୍ତରକୁ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦାମ । ଚଳିତ ସପ୍ତାହରେ ତେଲ ଦାମ 4 ଥର ବୃଦ୍ଧି ହେବା ପରେ ଏହା ଆଜି ରେକର୍ଡ ସୃଷ୍ଟି କରିଛି ।

ତେଲ ବିତରଣ କମ୍ପାନୀର ମୂଲ୍ୟ ଅଧିସୂଚନା ଅନୁସାରେ, ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ଲେଖାଏଁ ବୃଦ୍ଧି ହୋଇଛି । ଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 85.70 ଟଙ୍କା ରହିଥିଲା ବେଳେ ମୁମ୍ବାଇରେ 92.28 ଟଙ୍କା ଅଛି । ସେହିଭଳି ଡିଜେଲ ଦାମ ଲିଟର ପିଛା 75.88 ଟଙ୍କା ଓ ମୁମ୍ବାଇରେ 82.66 ଟଙ୍କାରେ ପହଞ୍ଚିଛି । ଲଗାତାର ଦ୍ବିତୀୟ ଓ ସପ୍ତାହରେ 4 ଥର ଏଭଳି ଦର ବଢିଛି । ଏହି ସପ୍ତାହରେ ପେଟ୍ରୋଲ ଓ ଡିଜେଲ ଦାମ ମୋଟ 1 ଟଙ୍କା ଲେଖାଏଁ ବଢିଛି ।

ସେପଟେ ସ୍ଥାନୀୟ ବିକ୍ରି କର ଏବଂ ଭାଟ ଆଧାରରେ ଇନ୍ଧନ ଦାମ ଅଲଗା ଅଲଗା ରହିଥାଏ । ଫଳରେ ଦେଶରେ ଏବେ ତେଲ ଦାମ ରେକର୍ଡ ସ୍ତରରେ ରହିଠି । ଏପଟେ ଉପଭୋକ୍ତା ନିଜ ବୋଝ ହ୍ରାସ ପାଇଁ ଉତ୍ପାଦ ଶୁଳ୍କ ହଟାଇବାକୁ ଦାବି କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସପ୍ତାହର ଆରମ୍ଭରେ ତେଲ ଦାମରେ ବୃଦ୍ଧି ପାଇଁ ସାଉଦି ତେଲ ଉତ୍ପାଦନ ହ୍ରାସକୁ ଦୋଷ ଦେଇଛନ୍ତି । ହେଲେ କର ହ୍ରାସ ନେଇ non-committal ରହିଛନ୍ତି ।

ଶୀର୍ଷ ତୈଳ ଅନୁସନ୍ଧାନକାରୀ ସାଉଦି ଆରବ ଫେବୃଆରୀ ଓ ମାର୍ଚ୍ଚରେ ପ୍ରତିଦିନ 1 ମିଲିୟନ ବ୍ୟାରେଲ ଅତିରିକ୍ତ ସ୍ବେଚ୍ଛିକ ଉତ୍ପାଦନରେ ହ୍ରାସ ନେଇ ପ୍ରତିଶ୍ରୁତି ଦେଇଛି । ଯାହା କାରଣରୁ ମହାମାରୀ ପରେ ବି ତେଲ ଦାମ ଏତେ ବଢିଛି ।

ସେହିଭଳି ଇଣ୍ଡିଆନ ଅଏଲ କର୍ପୋରେସ ଲିମିଟେଡ (IOCL), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଜାନୁଆରୀ 6 ରେ ପ୍ରାୟ 1 ମାସର ବ୍ୟବଧାନ ପରେ ଦୈନିକ ମୂଲ୍ୟ ସଂଶୋଧନ ପୁଣି ଆରମ୍ଭ କରିଥିଲେ । ସେବେଠୁ ପେଟ୍ରୋଲ ଦାମ ଲିଟର ପିଛା 1.99 ଟଙ୍କା ଓ ଡିଜେଲ 2.01 ଟଙ୍କା ବଢିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.