ETV Bharat / business

ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର, ରେକର୍ଡ ମୁହାଁ ଅଶୋଧିତ ତୈଳ

author img

By

Published : Aug 31, 2020, 1:21 PM IST

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଦ୍ବାରା ଆଗାମୀ ଦିନରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ବଢିପାରେ । ଅଧିକ ପଢନ୍ତୁ..

ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର, ରେକର୍ଡ ମୁହାଁ ଅଶୋଧିତ ତୈଳ
ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର, ରେକର୍ଡ ମୁହାଁ ଅଶୋଧିତ ତୈଳ

ନୂଆଦିଲ୍ଲୀ: ସୋମବାର ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଲଗାଚାର ଦ୍ବିତୀୟ ଦିନ ଧରି ବୃଦ୍ଧି ଜାରି ରହିଛି । ଅଶୋଧିତ ତୈଳ ଦାମ 5 ମାସର ସର୍ବୋଚ୍ଚ ସ୍ତର ନିକଟତର ହେଲାଣି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଦ୍ବାରା ଆଗାମୀ ଦିନରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ବଢିପାରେ । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ଅଗଷ୍ଟରେ ଲିଟର ପିଛା 1.60 ପଇସା ବଢିଛି । ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦାମ ସୋମବାର ବିନା କୌଣସି ପରିବର୍ତ୍ତନରେ ଲିଟର ପ୍ରତି କ୍ରମଶଃ 82.03 , 83.52 , 88.68 ଟଙ୍କା ଓ 85 ଟଙ୍କାରେ ସ୍ଥିର ରହିଛି ।

ରବିବାର ଦିଲ୍ଲୀ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପିଛା 9 ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇରେ 10 ପଇସା ବଢିଛି ।

ଅନ୍ତର୍ଜାତୀୟ ଫ୍ୟୁଚର ବଜାରରେ ଇଣ୍ଟର କଣ୍ଟିନେଣ୍ଟାଲ ଏକ୍ସଚେଞ୍ଜ (ICE) ରେ ବ୍ରେଣ୍ଟ ଅଶୋଧିତ ନଭେମ୍ବର ବିତରଣ ଚୁକ୍ତି ପୂର୍ବ ଅଧିବେଶନ ତୁଳନାରେ ବ୍ୟାରେଲ ପିଛା 46.07 ଡଲାର ବୃଦ୍ଧି କାରବାର କରିଥିଲାବେଳେ ବାଣିଜ୍ୟ ସମୟରେ ବ୍ରେଣ୍ଟ ମୂଲ୍ୟ 46.12 ଡଲାରକୁ ବୃଦ୍ଧି ପାଇଥିଲା। ଅଗଷ୍ଟ 5 ରେ, ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 46.23 ଡଲାରକୁ ବୃଦ୍ଧି ପାଇଥିଲା । ଯାହାକି ମାର୍ଚ୍ଚ ଠାରୁ ସର୍ବୋଚ୍ଚ ସ୍ତର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.