ETV Bharat / business

ସତ ହେଲା ଅନୁମାନ, ଲଗାତାର ବଢିଚାଲିଛି ତେଲ ଦର

ଫଳାଫଳ ବାହାରିବା ପରେ ଲଗାତାର ବଢିଚାଲିଛି ତେଲ ଦର । କ୍ରମାଗତ ଦ୍ବିତୀୟ ଦିନରେ ଲିଟର ପିଛା ପେଟ୍ରୋଲ 71 ଓ ଡିଜେଲ 67 ଛୁଇଁବା ଉପରେ ।

author img

By

Published : May 25, 2019, 4:44 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସତ ହେଲା ଅନୁମାନ । ନିର୍ବାଚନ ଫଳାଫଳ ବାହାରିଲା, ତେଲ ଦର ବଢିଲା । ଲଗାତାର ଉପରମୁହାଁ ହେଉଛି ପେଟ୍ରୋଲ- ଡିଜେଲ ଦାମ । ଇରାନରୁ ତେଲ କିଣା ବନ୍ଦ ଯୋଗୁଁ ଦେଶରେ ବଢୁଛି ତେଲ ତାତି । ଶନିବାର ଲିଟର ପିଛା ପେଟ୍ରୋଲ 14 ପଇସା ଓ ଡିଜେଲ 16 ପଇସା ବୃଦ୍ଧି ହୋଇଛି ।

ତେଲ ଦର ବଢିବା ପରେ ଆଜି ଲିଟର ପିଛା ପେଟ୍ରୋଲ ଦାମ ଦିଲ୍ଲୀ, ମୁମ୍ବାଇ, କୋଲକତା ଓ ଚେନ୍ନାଇରେ ଯଥାକ୍ରମେ 71.53, 77.11,73.57, 74.22 ଟଙ୍କାରେ ପହଞ୍ଚିଛି । ସେହିପରି ଲିଟର ପିଛା ଡିଜେଲ 12 ପଇସା ବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ, କୋଲକତା ଓ ଚେନ୍ନାଇରେ 66.57, 69.73,68.3 ,70.35 ରହିଛି । ଆଗକୁ ଏହି ଦର ଆହୁରି ବଢିବା ନେଇ ଜଣାପଡିଛି । ଏହା ପୂର୍ବରୁ ଶୁକ୍ରବାର ପେଟ୍ରୋଲ ଦର 14 ପଇସା ବଢିଥିବାବେଳେ ଡିଜେଲ 16 ପଇସା ବଢିଥିଲା ।

ଇରାନରୁ ତେଲ କିଣା ବନ୍ଦ ପରେ ତେଲ ଦର ବଢିବା ସୁନିଶ୍ଚିତ ନେଇ ଆଗୁଆ ଅନୁମାନ କରାଯାଇଥିଲା । କାରଣ ଭାରତ ତାର ମୋଟ ଉପଯୋଗର ସର୍ବାଧିକ ପରିମାଣ ଇରାନରୁ ଆମଦାନୀ କରିଥାଏ । ହେଲେ ଏବେ ଆମେରିକାର କଟକଣା ପରେ ଚୀନ ଓ ଭାରତ ସମେତ 8ଟି ପ୍ରମୁଖ ରାଷ୍ଟ୍ର ଇରାନରୁ ତେଲ କିଣା ବନ୍ଦ କରିଛି । ଫଳରେ ଚାହିଦା ଅନୁଯାୟୀ ଯୋଗାଣ ହୋଇପାରୁନାହିଁ । ଯେଉଁଥିପାଇଁ ଇଣ୍ଟରନ୍ୟାସନାଲ ମାର୍କେଟରେ ଅଶୋଧିତ ତେଲ ଦର ମଧ୍ୟ ବଢୁଛି । ଶନିବାର ସକାଳେ ଡବ୍ଲୁୟୁଟିଆଇ କ୍ରୁଡ 0.72 ବୃଦ୍ଧି ପାଇ ବ୍ୟାରେଲ ପିଛା 58.63 ଡଲାରରେ ପହଞ୍ଚିଛି । ଅଶୋଧିତ ତୈଳ ବ୍ୟାରେଲ ପିଛା 0.97 ବଢି 67.47 ଡଲାର ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.