ETV Bharat / business

ସାଉଦି ସଙ୍କଟ : ମହଙ୍ଗା ତେଲ, ବିକଳ୍ପ ଖୋଜିଲେଣି ସରକାର - ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାଉଦି ଆରବ ଡ୍ରୋନ ଆକ୍ରମଣ ପରେ ବଢୁଛି ତେଲ ଦାମ । ଉତ୍ପାଦନ ହ୍ରାସ ଯୋଗୁଁ ଯୋଗାଣ ଖସୁଛି । ଫଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଉଛି । ଯାହାର ପ୍ରଭାବ ଭାରତ ଭୋଗୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 18, 2019, 2:02 PM IST

ନୂଆଦିଲ୍ଲୀ: ସାଉଦି ଆରବ ଡ୍ରୋନ ଆକ୍ରମଣ ପରେ ବେହାଲ ଘରୋଇ ବଜାର । ଉତ୍ପାଦନ ହ୍ରାସ ଯୋଗୁଁ ଯୋଗାଣ ଖସୁଛି । ଫଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଉଛି । ଯାହା ପ୍ରଭାବରେ ଅଧିକ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତରେ ତେଲ ଦର ବଢି ଚାଲିଛି।

ବୁଧବାର ପେଟ୍ରୋଲ ଲିଟର ପିଛା 25 ପଇସା ବଢି 72.42ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦାମ ଲିଟର ପ୍ରତି 24 ପଇସା ମହଙ୍ଗା ହୋଇ 65.82 ରହିଛି। ଚଳିତ ବର୍ଷ ବଜେଟ ଆଗତ ପରେ ଆଜିର ଦାମ ସର୍ବାଧିକ ଦୈନିକ ବୃଦ୍ଧି ବୋଲି ରେକର୍ଡ ହୋଇଛି। ବଜେଟ ପରେ ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ଏହା ଲିଟର ପିଛା ପ୍ରାୟ 2ଟଙ୍କା 50 ପଇସା ବଢିଥିଲା ।

ପ୍ରକାଶ ଥାଉ ଯେ, ଇରାକ ପରେ ସାଉଦିଆରବ ହେଉଛି ଭାରତର ଦ୍ବିତୀୟ ତୈଳ ଯୋଗାଣକାରୀ ରାଷ୍ଟ୍ର । ହେଲେ ସାଉଦିର ସଙ୍କଟ ପରେ ତେଲ ଯୋଗାଣ ଖସିଛି । ଫଳରେ ଦେଶରେ ଚାହିଦା ମେଣ୍ଟି ପାରୁନଥିବାରୁ ଦର ବଢିଚାଲିଛି । ତେବେ ସାଉଦି ଆରବ ଭାରତକୁ ତେଲ ଯୋଗାଣରେ କୌଣସି ବାଧା ଉପୁଜିବନି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏପଟେ ସାଉଦି ଉପରେ ଅତ୍ୟଧିକ ନିର୍ଭର୍ଶୀଳ ନ ହୋଇ ଭାରତ ସରକାର ଅନ୍ୟ ତେଲ ବିକଳ୍ପ ସନ୍ଧାନ କରୁଛନ୍ତି । ଦେଶରେ ଯେପରି ତେଲ ଦାମ ହଠାତ ଅତ୍ୟଧିକ ନ ବଢିବ ସେଥିପାଇଁ ଋଷିଆରୁ ଆମଦାନୀ ପାଇଁ ଚିନ୍ତା କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.