ETV Bharat / business

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ

author img

By

Published : Jan 26, 2021, 4:34 PM IST

ଲଗାତାର ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । କ୍ରମାଗତ ଦାମ ବଢୁଥିବାରୁ ଉପଭୋକ୍ତାଙ୍କ ଚିନ୍ତା ବଢିଥିଲା ବେଳେ ଦରଦାମ ବୃଦ୍ଧି ଚିନ୍ତା ଘାରିଲାଣି । ଅଧିକ ପଢନ୍ତୁ..

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ
ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ: ଦୁଇଦିନର ସ୍ଥିରତା ପରେ ମଙ୍ଗଳବାର ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 86 ଟଙ୍କା ଉପରେ ରହିଛି । ସମଗ୍ର ଏଥିସହ ପୁଣି ଥରେ ଦେଶରେ ପେଟ୍ରୋଲ ଦାମ ନୂଆ ଶିଖରରେ ପହଞ୍ଚିଛି ।

ଦେଶର ପ୍ରମୁଖ ମହାନଗରରେ ପେଟ୍ରୋଲ ଦାମ ଲିଟର ପିଛା 31 ରୁ 35 ପଇସା ବୃଦ୍ଧି ହୋଇଛି । ଯେତେବେଳେ କି ଡିଜେଲ ଦାମ ଲିଟର ପ୍ରତି 33 ରୁ 37 ପଇସା ବଢିଛି । ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲର ଦାମ ବୃଦ୍ଧି ହୋଇ ଲିଟର ପ୍ରତି କ୍ରମଶଃ 86.05 , 87.45 , 92.62 ଓ 88.60 ଟଙ୍କା ରହିଛି ।

ସେହିଭଳି ଡିଜେଲ ଦାମରେ ବୃଦ୍ଧି ହୋଇ ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇରେ ଲିଟର ପ୍ରତି କ୍ରମଶଃ 76.23 , 79.83 , 83.03 ଓ 81.47 ଟଙ୍କା ହୋଇଛି ।

ତେଲ ବିତରଣ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦାମ ଦିଲ୍ଲୀରେ 35 ପଇସା , କୋଲତା ଓ ମୁମ୍ବାଇରେ 34 ପଇସା ଓ ଡେନ୍ନାଇରେ 31 ପଇସା ବଢାଇଛି । ସେପଟେ ଡିଜେଲ ଦାମ ଦିଲ୍ଲୀ ଓ କୋଲକତାରେ 35 ପଇସା, ମୁମ୍ବାଇରେ 37 ପଇସା ଓ ଚେନ୍ନାଇରେ 33 ପଇସା ବୃଦ୍ଧି ହୋଇଛି ।

ଅନ୍ତରାଷ୍ଟ୍ରୀୟ ଫ୍ୟୁଚର ବଜାର ଇଣ୍ଟର କଣ୍ଟିନେଟାଲ ଏକ୍ସଚେଞ୍ଜ (ଆଇସିଇ) ରେ ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଣ୍ଟ କ୍ରୁଡ ମଙ୍ଗଳବାର ହ୍ରାସ ହୋଇ ବ୍ୟାରେଲ ପ୍ରତି 55.31 ଡଲାରରେ କାରବାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.