ETV Bharat / business

ମେ ମାସରେ ପାସେଞ୍ଜର ଯାନ ବିକ୍ରି 87 ପ୍ରତିଶତ ହ୍ରାସ

author img

By

Published : Jun 11, 2020, 5:40 PM IST

ସଙ୍କଟଗ୍ରସ୍ଥ ଅଟୋ ଉଦ୍ୟୋଗକୁ ଲକଡାଉନ ଛାଟ । ମେ ମାସରେ 87 ପ୍ରତିଶତ ହ୍ରାସ ପାଇଛି ପାସେଞ୍ଜର ଯାନ ବିକ୍ରି । ଚାହିଦା ନଥିବାରୁ ବିକ୍ରି କମିଛି । ଯେଉଁଥିପାଇଁ ଡିଲର ଓ ବ୍ୟବସାୟୀ ଏବେ ଚିନ୍ତାରେ ।

passenger vehicle
ମେ ମାସରେ ପାସେଞ୍ଜର ଯାନ ବିକ୍ରି 87 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ପ୍ରଭାବରେ ଅଟୋମୋବାଇଲ ସେକ୍ଟର ଶୋଚନୀୟ । ଫେଡେରେସନ ଅଫ ଅଟୋ ମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ଅନୁସାରେ ମେ ମାସରେ ପାସେଞ୍ଜର ଗାଡିର ଖୁଚୁରା ବିକ୍ରି 86.97 ପ୍ରତିଶତ ହ୍ରାସ ପାଇ 30,749 ୟୁନିଟ ରହିଛି । ଯାହାକି ଗତ ବର୍ଷ ମେ ମାସରେ 2,35,933 ୟୁନିଟ ରହିଥିଲା ।

ଫାଡା ଦ୍ବାରା 1435 ମଧ୍ୟରୁ 1,225 ଆରଟିଓରୁ ଗାଡିର ପଞ୍ଜିକରଣ ତଥ୍ୟକୁ ଏକତ୍ର କରାଯାଇଥାଏ ।

ତଥ୍ୟ ଅନୁସାରେ ମେ ମାସରେ ଦୁଇଚକିଆ ବିକ୍ରି 88.8 ପ୍ରତିଶତରୁ ହ୍ରାସ ପାଇ 1,59,039 ୟୁନିଟ ରହିଛି । ଯାହାକି 1 ବର୍ଷ ପୂର୍ବେ ସମାନ ମାସରେ 14,19,842 ୟୁନିଟ ଥିଲା । ଏଭଳି ଭାବେ କମର୍ସିଆଲ ଗାଡି ବିକ୍ରି 96.63 ପ୍ରତିଶତ ଖସି ମାତ୍ର 2,711 ୟୁନିଟ ଅଛି । ସେହିଭଳି ତିନି ଚକିଆ ଯାନ ବିକ୍ରି ମଧ୍ୟ 96.34 ପ୍ରତିଶତ ହ୍ରାସ ପାଇ 1,881 ୟୁନିଟରେ ପହଞ୍ଚିଛି । 2019 ମେ ମାସରେ ଏହା 51,430 ୟୁନିଟ ରହିଥିଲା ।

ମେ ମାସରେ ବିଭିନ୍ନ ବର୍ଗର ଗାଡିର ମୋଟ ବିକ୍ରି 88.87 ପ୍ରତିଶତ ହ୍ରାସ ପାଇ 2,02,697 ୟୁନିଟ ରହିଛି । ଯାହା ଗତ ବର୍ଷ ଏହି ମାସରେ 18,21,650 ୟୁନିଟ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.