ମୁମ୍ବାଇ: ଗତକାଲିର ଐତିହାସିକ ହ୍ରାସ ପରେ ଆଜି ଆରମ୍ଭରୁ ସୁଧୁରିଛି ସେୟାର ବଜାର । 1246.20 ଅଙ୍କ ବଢି ସେନସେକ୍ସ ଖୋଲିଥିବାବେଳେ ନିଫ୍ଟିରେ ବି ଦେଖିଦେଇଛି ସକରାତ୍ମକ ପ୍ରଭାବ । ସେପଟେ ଦୁର୍ବଳ ଅଛି ଟଙ୍କା ।
ମଙ୍ଗଳବାର ବଜାର ଆରମ୍ଭରୁ ସେନସେକ୍ସ 1246.20ଅଙ୍କ ବଢି 27,227.44ରେ କାରବାର ଆରମ୍ଭ କରିଥିଲା । ସେହିପରି ନିଫ୍ଟି 417 ଅଙ୍କ ବଢି 8,027.25 ଅଙ୍କରେ କାରବାର କରିଛି । ଅନ୍ୟପଟେ ଆମେରିକା ଡଲାର ତୁଳନାରେ ଟଙ୍କା ଦୁର୍ବଳ ଅଛି ।
ଗତକାଲି ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଘଟି ଡଲାର 76 ଟଙ୍କା ଉପରେ ଥିବାବେଳେ ଆଜି 18 ପଇସା ହ୍ରାସ ଘଟି 76.02ରେ ପହଞ୍ଚିଛି । ସୂଚନାଥାଉକି, ଗତକାଲି ନିବେଶକମାନେ ସାଢେ10 ଲକ୍ଷ କୋଟିର କ୍ଷତି ସହିଥିଲେ ।