ETV Bharat / business

କୋରୋନା କଟକଣା, ଶୋଚନୀୟ ଅଶୋଧିତ ତୈଳ ବଜାର ସ୍ଥିତି

author img

By

Published : Apr 17, 2020, 7:16 PM IST

ଓପେକ ନିଜର ମାସିକ ରିପୋର୍ଟରେ କହିଛି ଯେ, ବର୍ତ୍ତମାନ ତେଲ ବଜାର ଐତିହାସିକ ସଙ୍କଟ ଦେଇ ଗତି କରୁଛି । ଏପ୍ରିଲରେ ଚାହିଦା 2 କୋଟି ବ୍ୟାରେଲ ହ୍ରାସ ଆଶଙ୍କା । ଯାହା ଅପ୍ରତ୍ୟାଶିତ , ବ୍ୟାପକ ଏବଂ ବିଶ୍ୱବ୍ୟାପୀ ।

opec says oil market undergoing historic shock
କୋରୋନା କଟକଣା , ଶୋଚନୀୟ ଅଶୋଧିତ ତୈଳ ବଜାର ସ୍ଥିତି

ପ୍ୟାରିସ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଜାରି ରହିଥିବା ଉପାୟ(ଲକଡାଉନ) । ଏଥି ମଧ୍ୟରେ ଅଶୋଧିତ ତୈଳ ଚାହିଦା ହ୍ରାସ ଅନ୍ତରାଷ୍ଟ୍ରୀୟ ବଜାରକୁ ବଡ ଝଟକା ଦେଇଛି । ଅଶୋଧିତ ତେଲ ଉତ୍ପାଦକ ଓ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶ ସଂଗଠନ (ଓପେକ) ଏ ନେଇ ଜଣାଇଛି ।

ଓପେକ ନିଜର ମାସିକ ରିପୋର୍ଟରେ କହିଛି ଯେ, ବର୍ତ୍ତମାନ ତେଲ ବଜାର ଐତିହାସିକ ସଙ୍କଟ ଦେଇ ଗତି କରୁଛି । ଯାହା ଅପ୍ରତ୍ୟାଶିତ , ବ୍ୟାପକ ଏବଂ ବିଶ୍ୱବ୍ୟାପୀ ।

ସଙ୍ଗଠନ ଅନୁସାରେ 2020 ପାଇଁ ଚାହିଦା ପ୍ରବଳ ମାତ୍ରାରେ ହ୍ରାସ ପାଇବ ବୋଲି ଅନୁମାନ ରହିଛି । ଏହା ଅନୁଯାୟୀ ଦୈନିକ ତୈଳ ଚାହିଦା ହାରାହାରୀ ପ୍ରାୟ 68 ଲକ୍ଷ ବ୍ୟାରେଲ କମିପାରେ ।

ରିପୋର୍ଟର ଏପ୍ରିଲ ଚାହିଦାରେ ପ୍ରତିଦିନ ପ୍ରାୟ 2 କୋଟି ବ୍ୟାରେଲ ହ୍ରାସ ଆକଳନ ରହିଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବନିମ୍ନ ସ୍ତର ।

ତେବେ ବୁଧବାର ପ୍ରକାଶିତ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ତୁଳନାରେ ଏହି ଆକଳନ କମ ଅଟେ। ପ୍ୟାରିସ ସ୍ଥିତ ସଙ୍ଗଠନ ଅନୁଯାୟୀ, ଏପ୍ରିଲରେ ତୈଳ ଚାହିଦା ଦିନକୁ 2.9 କୋଟି ବ୍ୟାରେଲ ତଥା 2020 ସୁଦ୍ଧା ହାରାହାରି 93 ଲକ୍ଷ ବ୍ୟାରେଲ ହ୍ରାସ ପାଇପାରେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.