ETV Bharat / business

100 ଛୁଇଁଲାଣି ପିଆଜ, 4ଟି ଦେଶରୁ ହେବ ଆମଦାନୀ - 100 ଛୁଇଁଲା ପିଆଜ

ଏବେ ପିଆଜ କାଟିବା ବେଳେ ନୁହେଁ ବରଂ କିଣିବାକୁ କଷ୍ଟ ହେଉଛି । ଆମଦାନୀ ନଥିବାରୁ ବଜାରରେ କିଲୋ ପିଆଜ ଦାମ 100 ଟଙ୍କା ଟପିଲାଣି । ଏଥିପାଇଁ ସରକାର ଅନ୍ୟ ଦେଶରୁ ପିଆଜ ଆମଦାନୀ କରିବେ ।

100 ଛୁଇଁଲାଣି ପିଆଜ
author img

By

Published : Nov 6, 2019, 1:55 PM IST

ନୂଆଦିଲ୍ଲୀ: ଚିନ୍ତା ବଢାଉଛି ପିଆଜ । ଦେଶବ୍ୟାପୀ ବଜାରରେ ହୁ ହୁ ଦରବୃଦ୍ଧି ହେଉଛି । ଅନେକ ସ୍ଥାନରେ ପିଆଜ କିଲୋ 90ରୁ 100 ହେଲାଣି । ଆମଦାନୀ ନଥିବାରୁ ପିଆଜ ବଜାରରେ ମହଙ୍ଗା ନିଆଁ କୁହୁଳିବାରେ ଲାଗିଛି ।

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନ ଆଦି ୪ଟି ଦେଶରୁ ପିଆଜ ଆଣିବା ପାଇଁ ଖାଉଟି ବ୍ୟାପାର ବିଭାଗ ଘୋଷଣା କରିଛି । ଆଶା କରାଯାଉଛି କି ଶୀଘ୍ର 80ରୁ 100 କଣ୍ଟେନର ପିଆଜ ଭାରତରେ ପହଞ୍ଚିବ । ତେବେ ଏତିକି ଘରୋଇ ବଜାର ଚାହିଦାକୁ ପୂରଣ କରିବା କଷ୍ଟକର ହେବ ବୋଲି ଜଣାପଡିଛି । ଏଥିପାଇଁ ସରକାର ମହାରାଷ୍ଟ୍ର ଓ ଅନ୍ୟ ଦକ୍ଷିଣ ରାଜ୍ୟରୁ ପିଆଜ ଆଣିବା ପାଇଁ ଚେଷ୍ଟା କରିବେ ।

ଆକାଶଛୁଆଁ ପିଆଜ ଦାମର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । କେବେ କିଲୋ ପିଛା 15ଟଙ୍କାରେ ମିଳୁଥିବା ପିଆଜ ଆଜି ଖୁଚୁରା ବଜାରରେ 80 ଟଙ୍କାରେ ବିକ୍ରି ହେଉଛି । ଏଥିପାଇଁ ଗ୍ରାହକ ମଧ୍ୟ ନିଜ ଆବଶ୍ୟକତା ଠାରୁ ବହୁତ କମ ନେବାକୁ ବାଧ୍ୟ ହେଉଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.