ETV Bharat / business

Ukraine-Russia War: ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ବଢ଼ିଲା ଅଶୋଧିତ ତୈଳ ଦର

author img

By

Published : Mar 7, 2022, 2:26 PM IST

ବଜାରରେ ପଡିଲା ୟୁକ୍ରେନ ଓ ଋଷ ଯୁଦ୍ଧର ପ୍ରଭାବ । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି । ଅଧିକ ପଢନ୍ତୁ

Ukraine-Russia war: ବଢ଼ିଲା ଅଶୋଧିତ ତୈଳ ଦର, ଭାଙ୍ଗିଲା ୧୪ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ବର୍ତ୍ତମାନ ବିଶ୍ବ ଅର୍ଥନୀତି ଉପରେ ପଡୁଛି । ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତୈଳର ବ୍ୟାରେଲ ପିଛା ୯୦ ଡଲାର ପାଖାପାଖି ଥିଲା । ଏବେ ତାହା ୧୩୦ ଡଲାରରେ ପହଞ୍ଚିଛି । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି । ଯାହା ୧୪ ବର୍ଷର ରେକର୍ଡ ଭାଙ୍ଗିଥିବା ସୂଚନା ରହିଛି ।

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି । ୨୦୦୮ରେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ଅତିକ୍ରମ କରିଥିଲା ।

ସେହିପରି ୨୦୧୨ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୮ ଡଲାର ଛୁଇଁଥିଲା । ଗୁରୁବାର ଦିନ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଥିଲା । ବ୍ୟାରେଲ ପିଛା ୧୧୫ ଡଲାର ପାର କରିଥିଲା । ଆଉ କିଛି ଦିନ ଭିତରେ ତାହା ୧୮୦ ଡଲାର ହୋଇଯିବାର ଆଶଙ୍କା ରହିଛି । ଋଷ ଦୈନିକ ୪ ନିୟୁତରୁ ୫ ନିୟୁତ ବ୍ୟାରେଲ ତୈଳ ରପ୍ତାନି କରୁଛି, ଯାହା ସାଉଦି ଆରବ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ରପ୍ତାନୀକାରୀ ଦେଶ ଅଟେ ।

ରାଜନୈତିକ ତିକ୍ତତା ଏବଂ ଚାହିଦା ବୃଦ୍ଧି ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର ରହିବ ବୋଲି ମେହେଟ୍ଟା ଇକ୍ୱିଟିରେ ଉପରାଷ୍ଟ୍ରପତି କମୋଡିଟି ରାହୁଲ କାଲାଣ୍ଟ୍ରି କହିଛନ୍ତି । ଗତ ସପ୍ତାହରେ ନିକେଲ୍ ୧୯%, ଆଲୁମିନିୟମ୍ ୧୫%, ଜିଙ୍କ ୧୨% ଏବଂ ତମ୍ବା ୮% ବୃଦ୍ଧି ପାଇଥିବାବେଳେ ଗହମ ଜାତୀୟ ଖାଦ୍ୟଶସ୍ୟ ୬୦% ଏବଂ ମକା ୧୫% ବୃଦ୍ଧି ଘଟିଛି । ସେହିପରି ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଆହୁରି ବଢିବା ବୋଲି ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.