ନୂଆଦିଲ୍ଲୀ: ସୁନା କିଣିବା ହେବ ଆହୁରି ମହଙ୍ଗା କାରଣ ଲଗାତାର ଚତୁର୍ଥଥର ପାଇଁ କମିଛି ଆମଦାନୀ । ଅକ୍ଟୋବରରେ ସୁନା ଆମଦାନୀ 33 ପ୍ରତିଶତ ଖସିଛି । ଦର ବଢୁଥିବା ଯୋଗୁଁ ଚାହିଦା ମଧ୍ୟ ହ୍ରାସ ପାଇଥିବ ଜଣାପଡିଛି ।
ବିଶ୍ବର ଦ୍ବିତୀୟ ବଡ ସୁନା ବ୍ୟବହାରକାରୀ ରାଷ୍ଟ୍ର ହେଉଛି ଭାରତ । ହେଲେ ସୁନା ଦାମ ରେକର୍ଡ ଛୁଇଁଥିବାରୁ ଗହଣା କ୍ରୟ ଚାହିଦା ମଧ୍ୟ ଏତେଟା ଦେଖାଦେଉନି । ଅକ୍ଟୋବରରେ ପାର୍ବଣ ରହିଥିଲେ ସୁନା ଆଶାନୁଯାୟୀ ବିକ୍ରି ହୋଇନି ।
ଏଥିଯୋଗୁଁ ଅକ୍ଟୋବରରେ ଭାରତକୁ ମାତ୍ର 38 ଟନ (ମୂଲ୍ୟ ହିସାବରେ 184 କୋଟି ଡଲାଲ )ସୁନା ଆମଦନୀ କରାଯାଇଛି । ଯାହାକି ଗତ ବର୍ଷ ଏହି ସମୟରେ 57 ଟନ ରହିଥିଲା । ଏହାକୁ ଦେଖିବାକୁ ଗଲେ ଗତ ବର୍ଷ ଅକ୍ଟୋବର ତୁଳନାରେ ଚଳିତ ଥର 33 ପ୍ରତିଶତ କମିଛି ।