ETV Bharat / business

40 କୋଟି ଜନଧନ ହିତାଧିକାରୀଙ୍କୁ ମାଇକ୍ରୋ ବୀମା ଯୋଗାଇବେ ମୋଦି ସରକାର

author img

By

Published : Aug 28, 2020, 3:55 PM IST

ପ୍ରାୟ 40.35 କୋଟି ହିତାଧିକାରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY)ର ଯୋଡିହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସଫଳାତା ପରେ ବର୍ତ୍ତମାନ ମାଇକ୍ରୋ ବୀମା ଯୋଜନାରେ ଖାତାଧାରୀଙ୍କୁ ଯୋଡିବାକୁ ଯାଉଛନ୍ତି ସରକାର । ଅଧିକ ପଢନ୍ତୁ...

40 କୋଟି ଜନ ଧନ ହୀତାଧିକାରୀଙ୍କୁ ମାଇକ୍ରୋ ବୀମା ଯୋଗାଇବେ ମୋଦି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲୋକକଲ୍ୟାଣକାରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ପୁରିଛି 6 ବର୍ଷ । ତେବେ ପ୍ରାୟ 40.35 କୋଟି ହିତାଧିକାରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY)ର ଯୋଡିହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସଫଳାତା ପରେ ବର୍ତ୍ତମାନ ମାଇକ୍ରୋ ବୀମା ଯୋଜନାରେ ଖାତାଧାରୀଙ୍କୁ ଯୋଡିବାକୁ ଯାଉଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପିଏମ ସୁରକ୍ଷା ବୀମା ଯୋଜନା (PMSBY) ଅଧୀନରେ ସରକାର ଖାତାଧାରୀଙ୍କୁ ଏହି ଲାଭ ପହଞ୍ଚାଇବା ଲକ୍ଷରେ ଅଛନ୍ତି ।

ଏନଡିଏ ସରକାରଙ୍କ ଲୋକକଲ୍ୟାଣକାରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଷଷ୍ଠ ବାର୍ଷିକୀରେ ଏହି ଘୋଷଣା କରାଯାଇଛି | ଏହି ଯୋଜନା ପାଇଁ ଅର୍ଥ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ମାଇକ୍ରୋ ବୀମା ଯୋଜନା ଅଧୀନରେ ପିଏମଜେଡିଓ୍ବାଇ ଖାତାଧାରୀଙ୍କ ବୀମା ସୁନିଶ୍ଚିତ କରିବାକୁ ସରକାର ଚେଷ୍ଟା କରିବେ।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଯୋଗ୍ୟ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତାଧାରୀଙ୍କୁ PMJJBY ଏବଂ PMSBY ଅଧୀନରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରାଯିବ ଏବଂ ବ୍ୟାଙ୍କଗୁଡିକସହ ପୂର୍ବରୁ ଏ ବାବଦରେ ଯୋଗାଯୋଗ ହୋଇସାରିଛି |

PMJJBY ପାଇଁ 18ରୁ 50 ବର୍ଷ ବୟସ୍କଙ୍କ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ | ଏଥିରେ 2 ଲକ୍ଷ ଟଙ୍କା ଜୀବନ ବୀମା ଏକ ବର୍ଷ ଅବଧି ପାଇଁ ହେବ ଏବଂ ଏହା ନବୀକରଣଯୋଗ୍ୟ ବୋଲି ସୂଚନା ଦିଆଯାଇଛି | ପ୍ରିମିୟମ ବାର୍ଷିକ 330 ଟଙ୍କା ଅଟେ, ଯାହା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗୋଟିଏ କିସ୍ତିରେ ଅଟୋ-ଡେବିଟ ହେବ |

ଅନ୍ୟପକ୍ଷେ, PMSBY 18ରୁ 70 ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ | ଏହି ଯୋଜନା ଅଧୀନରେ ଥିବା ବୀମା ଆକସ୍ମିକ ମୃତ୍ୟୁ ଏବଂ ସମ୍ପୂର୍ଣ୍ଣ ଅକ୍ଷମତା ପାଇଁ 2 ଲକ୍ଷ ଏବଂ ଆଂଶିକ ଅକ୍ଷମତା ପାଇଁ 1 ଲକ୍ଷ ଟଙ୍କା ରହିଛି। ବାର୍ଷିକ 12 ଟଙ୍କା ପ୍ରିମିୟମ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ ମାଧ୍ୟମରେ କଟାଯିବ |

ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଖାତାଧାରୀଙ୍କ ମଧ୍ୟରେ RuPay ଡେବିଟ କାର୍ଡ ବ୍ୟବହାର ସହିତ ସରକାର ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହିତ କରିବେ |

ଜନଧନ ଯୋଜନାର ଷଷ୍ଠ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କି ଏହି ପଦକ୍ଷେପ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଥିସହ ଏହା ଦାରିଦ୍ର୍ୟ ଦୂରୀକରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମୂଳଦୁଆ ବୋଲି ପ୍ରମାଣିତ ହୋଇଛି।

2014 ରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଏହା ସରକାରଙ୍କ ପ୍ରଥମ ପ୍ରମୁଖ ଯୋଜନା ଥିଲା । ଏହା ଅଧିନରେ କୋଟି କୋଟି ଲୋକଙ୍କ, ବିଶେଷ କରି ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.