ETV Bharat / business

ପୁଞ୍ଜି ବଜାରରେ ପ୍ରଥମ: 44 ହଜାର ପାର ସେନସେକ୍ସ

author img

By

Published : Nov 18, 2020, 7:17 PM IST

ରେକର୍ଡ ପରେ ରେକର୍ଡ କରୁଛି ଘରୋଇ ସେୟାର ବଜାର । ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଉଭୟ ସେନସେକ୍ସ ଓ ନିଫ୍ଟି ନୂଆ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ପୁଞ୍ଜି ବଜାରରେ ପ୍ରଥମ:  44 ହଜାର ପାର ସେନସେକ୍ସ
ପୁଞ୍ଜି ବଜାରରେ ପ୍ରଥମ: 44 ହଜାର ପାର ସେନସେକ୍ସ

ମୁମ୍ବାଇ: ଏସିଆ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ବିଦେଶୀ କୋଷ ପ୍ରବାହ ଜାରି ରହିଛି । ଫଳରେ ବୁଧବାର ସେନସେକ୍ସ 227 ପଏଣ୍ଟ ଚଢି ପ୍ରଥମ ଥର 44,000 ପଏଣ୍ଟ ପାର କରିଛି । ଆର୍ଥିକ କମ୍ପାନୀ ସେୟାରରେ ବୃଦ୍ଧି ଦ୍ବାରା ବଜାର ଧାରଣା ମଜବୁତ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେନସେକ୍ସ କାରବାର ସମୟରେ 44,215.49 ପଏଣ୍ଟ ସହ ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ କାରବାର ଶେଷ ସୁଦ୍ଧା ସେନସେକ୍ସ 227.34 ପଏଣ୍ଟ ବଢି 44,180.05 ର ନୂଆ ସ୍ତରରେ ବନ୍ଦ ହୋଇଛି ।

ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 64.05 ପଏଣ୍ଟ ଉଛୁଳା 12,938.25 ପଏଣ୍ଟରେ ବନ୍ଦ ହୋଇଛି । ଦିନର କାରବାର ସମୟରେ ନିଫ୍ଟି 12,948.85 ପଏଣ୍ଟର ଏହାର ସର୍ବକାଳୀନ ସ୍ତର ଯାଏଁ ଛୁଇଁଛି ।

ସେନସେକ୍ସର କମ୍ପାନୀରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ଅଧିକ 10 ପ୍ରତିଶତ ଚଢିଛି । ଏଲଆଣ୍ଡଟି , ଇଣ୍ଡସାଇଣ୍ଡ ବ୍ୟାଙ୍କ, ବଜାଜ ଫିନସର୍ଭ, ଏସବିଆଇ , ବଜାଜ ଫାଇନାନ୍ସ , ଆଇସିଆଇସିଆଇ ବ୍ୟାଙ୍କ ଏବଂ କୋଟକ ବ୍ୟାଙ୍କର ସେୟାର ମଧ୍ୟ ଲାଭରେ ରହିଛି ।

ଅନ୍ୟପଟେ ହିନ୍ଦୁସ୍ତାନ ୟୁନିଲିଭର , ଆଇଟିସି, ଟାଇଟନ, ଟିସିଏସ ଓ ଭାରତୀୟ ଏୟାରଟେଲର ସେୟାରରେ ହ୍ରାସ ଦେଖାଦେଇଛି । କାରବାରୀଙ୍କ କହିବା ଅନୁସାରେ ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବରେ ଘରୋଇ ବଜାରରେ ଅଭିବୃଦ୍ଧି ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.