ETV Bharat / business

ଧସିଲା ପୁଞ୍ଜି ବଜାର, ପଞ୍ଚମ ଦିନରେ ଜାରି ହ୍ରାସ

author img

By

Published : Jan 28, 2021, 7:53 PM IST

ବଜେଟର କେଇଟା ଦିନ ପୂର୍ବରୁ ବେହାଲ ପୁଞ୍ଜି ବଜାର । 5 ଦିନ ଧରି କ୍ରମାଗତ ଭାବେ ନିମ୍ନମୁଖୀ ହୋଇଚାଲିଛି ସେୟାର ସୂଚକାଙ୍କ । ଅଧିକ ପଢନ୍ତୁ..

ଧସିଲା ପୁଞ୍ଜି ବଜାର, ପଞ୍ଚମ ଦିନରେ ଜାରି ହ୍ରାସ
ଧସିଲା ପୁଞ୍ଜି ବଜାର, ପଞ୍ଚମ ଦିନରେ ଜାରି ହ୍ରାସ

ମୁମ୍ବାଇ: ଗୁରୁବାର ମଧ୍ୟ ପୁଞ୍ଜି ବଜାରରେ ହ୍ରାସ ଜାରି ରହିଛି । ପୁଞ୍ଜି ବଜାର ଆଜିକୁ 5 ଦିନ ଧରି କ୍ରମାଗତ ଭାବେ ନିମ୍ନମୁଖୀ ହୋଇଚାଲିଛି । ସେନସେକ୍ସ ଆଜି 536 ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ମଧ୍ୟ ଏଚଡିଏଫସି ବ୍ୟାଙ୍କ, ଇମ୍ପୋସିସ ଓ ଏଚୟୁଏଲରେ ହ୍ରାସ ସହ ବଜାର ତଳକୁ ଆସିଲା ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ 535.57 ପଏଣ୍ଟ ହ୍ରାସ ସହ 46,874.36 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ସୂଚକାଙ୍କ 149.95 ପଏଣ୍ଟ ଉଛୁଳି 13,817.55 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସର ସେୟାରରେ ଏଚୟୁଏଲର ସେୟାର ସର୍ବାଧିକ କ୍ଷତି ସହିଛି । ଏଥିରେ ପ୍ରାୟ 4 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ଯେଉଁ ସବୁ ସେୟାରର ହ୍ରାସ ରେକର୍ଡ କରାଯାଇଛି, ସେଥିରେ ମାରୁତି ସୁଜୁକି, ଏଚଡିଏଫସି ବ୍ୟାଙ୍କ, ପାୱାରଗ୍ରୀଡ, ଇଣ୍ଡୁସଇଣ୍ଡ ବ୍ୟାଙ୍କ, ଏଚସିଏଲ ଟେକ ଓ ବଜାଜ ଫିନସର୍ଭ ସାମିଲ ଅଛି ।

ଅନ୍ୟପଟେ ଲାଭରେ ରହିଥିବା ସେୟାର ମଧ୍ୟରେ ଆକ୍ସିସ ବ୍ୟାଙ୍କ, ଏସିବିଆଇ, ଓଏନଜିସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ରହିଛି । ରିଲାଏନ୍ସ ସିକ୍ୟୁରିଟିଜର ରଣନୀତି ମାମଲାର ପ୍ରମୁଖ ବିନୋଦ ମୋଦି କହିଛନ୍ତି କି, ମୁଖ୍ୟ ରୂପରେ ବଜେଟ ପୂର୍ବରୁ ନିବେଶକଙ୍କୁ ପ୍ରଫିଟ ଆଦାୟ କାରଣ ଘରୋଇ ବଜାରରେ ହ୍ରାସ ଦେଖାଦେଇଛି ।

କାରବାରୀଙ୍କ ଅନୁସାରେ ନିକଟରେ ବିଦେଶୀ ସଂସ୍ଥାଗତ ନିବେଶକଙ୍କ ଦ୍ବାରା ଘରୋଇ ପୁଞ୍ଜି ବଜାରରୁ ଟଙ୍କା ପ୍ରତ୍ୟାହାର କରିବା ପରେ ନିବେଶକଙ୍କ ଧାରଣା ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.