ନୂଆଦିଲ୍ଲୀ: ବିଦେଳଶୀ ନିବେଶକଙ୍କ ଆଶଙ୍କା ପ୍ରଭାବରେ ଖସିଲା ସେୟାର ବଜାର । ଗୁରୁବାର କାରବାର ଶେଷ ସୁଦ୍ଧା ବ୍ୟାଙ୍କିଙ୍ଗ ସେକ୍ଟରର ସେୟାର ଅଧିକା ଦୁର୍ବଳ ପଡିଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ପୁଣି ପୁଞ୍ଜିବଜାରରେ ସେୟାର ହ୍ରାସ ପାଇଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 297.55 ପଏଣ୍ଟ ହ୍ରାସ ପାଇ 37,880.40 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 78.7 ପଏଣ୍ଟର କମି ସହ 11,234.55 ରେ ବନ୍ଦ ହୋଇଛି ।
ସେନସେକ୍ସ ଚାର୍ଟରେ , ଏୟାରଟେଲ ସେୟାର 5.05 ପ୍ରତିଶତ ଅଭିବୃଦ୍ଧି ସହ ଆଗରେ ରହିଛି ।