ETV Bharat / business

କୋରୋନା ବଜାରରେ ରେକର୍ଡ , 30 ହଜାର ପାରେଇଲା ସେନସେକ୍ସ

author img

By

Published : Apr 7, 2020, 5:30 PM IST

ମଜବୁତ ବିଦେଶୀ ସଙ୍କେତ ଯୋଗୁଁ ସେନସେକ୍ସ ଉଛୁଳି 30 ହଜାର ପାର କରିଛି । ସେପଟେ ନିଫ୍ଟି ବି 700 ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି । ଯାହାକି ସର୍ବାଧିକ ଦିନିକିଆ ବୃଦ୍ଧି ସହ ଇତିହାସ ରଚିଛି ।

Sensex surges over 2000 points
କୋରୋନା ବଜାରରେ ରେକର୍ଡ , 30 ହଜାର ପାରେଇଲା ସେନସେକ୍ସ

ନୂଆଦିଲ୍ଲୀ: ବହୁ ଦିନର ହ୍ରାସ ପରେ ପୁଣି ଚମକିଲା ବଜାର । ମଙ୍ଗଳବାର ଜବଦସ୍ତ ଅଭିବଦ୍ଧି ସହ ବନ୍ଦ ହୋଇଛି କାରବାର । ମଜବୁତ ବିଦେଶୀ ସଙ୍କେତ ଯୋଗୁଁ ସେନସେକ୍ସ ଉଛୁଳି 30 ହଜାର ପାର କରିଛି । ସେପଟେ ନିଫ୍ଟି ବି 700 ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି ।

ଦିନ ଦ୍ବିପ୍ରହରରେ ସେନସେକ୍ସ 1762.54 ପଏଣ୍ଟ ବଢି 29,353.49 ରେ କାରବାର କରୁଥିଲା । ଯେତେବେଳେ କି ନିଫ୍ଟି 5 11.30 ପଏଣ୍ଟ ବୃଦ୍ଧି ସହ 8,595.10 ପଏଣ୍ଟରେ ଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 30 ସେୟାର ଆଧାରିକ ସେୟାର ସୂଚକାଙ୍କ ସେନସେକ୍ସ 1307.41 ପଏଣ୍ଟ ବଢି 28,898.36 ରେ କାରବାର ଆରମ୍ଭ କରିଥିଲା ବେଳେ 29,441.19 ପଏଣ୍ଟ ଯାଏଁ ବଢିଛି ।

ସେହପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିକ ସୂଚକାଙ୍କ ନିଫ୍ଟି ଗତ କାରବାର ଦିନରୁ 362.50 ପଏଣ୍ଟ ବଢି 8,446.30 ପଏଣ୍ଟରେ ଖୋଲି 8,616.20ରେ ପହଞ୍ଚିଛି । ପ୍ରକାଶ ଯେ, ମହାବୀର ଜୟନ୍ତୀ ଉପଲକ୍ଷେ ସୋମବାର ସେୟାର ବଜାରରେ କାରବାର ବନ୍ଦ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.