ETV Bharat / business

LPG Price Hike: ୫୦ ଟଙ୍କା ବଢିଲା ଗ୍ୟାସ ଦର

author img

By

Published : Mar 22, 2022, 9:01 AM IST

Updated : Mar 22, 2022, 9:06 AM IST

ସାଧାରଣ ଲୋକଙ୍କୁ ବଡ ଝଟକା । ୫୦ ଟଙ୍କା ବଢିଲା ରନ୍ଧନ ଗ୍ୟାସ ଦର । ଅଧିକ ପଢନ୍ତୁ

LPG Price Hike: ୫୦ ଟଙ୍କା ବଢିଲା ଗ୍ୟାସ ଦର
LPG Price Hike: ୫୦ ଟଙ୍କା ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ । ନିର୍ବାଚନ ସରୁ ସରୁ ସାଧାରଣ ଲୋକଙ୍କୁ ଲାଗିଲା ବଡ ଝଟ୍‌କା । ବଢିଲା ରନ୍ଧନ ଗ୍ୟାସ ଦର । ଘରୋଇ ଏଲପିଜି(LPG) ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆଜି(ମଙ୍ଗଳବାର) ସକାଳୁ ଲାଗୁ ହେବ । ଶେଷ ଥର ପାଇଁ ଗତ ଅକ୍ଟୋବର ୬ରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ବଢିଥିଲା । କିଛି ମାସର ଅନ୍ତରାଳରେ ରନ୍ଧନ ଗ୍ୟାସ ପୁଣି ମହଙ୍ଗା ହୋଇଛି । ଫଳରେ ଆଜି ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡି ଯୁକ୍ତ(14.2 kg non-subsidised) ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୮୯୯.୫୦ ଟଙ୍କାରୁ ବଢି ୯୪୯.୫ ଟଙ୍କା ହୋଇଯାଇଛି ।

ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ଘରୋଇ ସିଲିଣ୍ଡର ପିଛା ଦାମ୍ ୯୪୯.୫୦ ଟଙ୍କା ରହିଛି । ଯଦି କୋଲକାତା କଥା କହିବା, ଏଠାରେ ଏଲପିଜି ସିଲିଣ୍ଡର ପିଛା ଗ୍ରାହକଙ୍କୁ ଏଣିକି ୯୭୬ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ଘରୋଇ ସିଲିଣ୍ଡର ଦାମ୍ ୯୨୬ ଟଙ୍କା ଥିଲା । ଏହାବ୍ୟତୀତ ଚେନ୍ନାଇ ଗ୍ୟାସ ଦର ୯୧୫.୫୦ ଟଙ୍କାରୁ ବଢି ୯୬୫.୫୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ କିଛି ଦିନ ତଳେ ପ୍ରମୁଖ ଦୁଗ୍ଧ କମ୍ପାନୀମାନେ ଦୁଗ୍ଧ ଦର ଲିଟର ପିଛା ୨ ରୁ ୫ ଟଙ୍କା ବଢାଇଥିଲେ । ଏହିପରି ଭାବେ ସାଧାରଣ ଲୋକଙ୍କ ଉପରେ ଏକାଥରେ ମହଙ୍ଗା ମାଡ ପଡିଛି ।

Last Updated : Mar 22, 2022, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.