ହାଇଦ୍ରାବାଦ: ଆଜିକାଲି ନିବେଶ ଉପରେ ସଭିଏଁ ଅଧିକ ଧ୍ୟାନ ଦେଉଛନ୍ତି । ତେବେ ସଠିକ ନିବେଶ ହିଁ ଜଣଙ୍କୁ ଲାଭବାନ କରାଇ ପାରିବ । ନିବେଶ କଥା ଯେତେବେଳେ ପ୍ରଥମେ ମନକୁ ଆସେ ସେୟାର ବଜାର । ସେୟାର ବା ଷ୍ଟକ୍ସରେ ନିବେଶ କରିବା ଆଜିକାଲିର ନୂଆ ଟ୍ରେଣ୍ଡ୍ । ଏହାରି ମଧ୍ୟରେ ଗୋଟିଏ ଷ୍ଟକ୍ ନାମ ହେଉଛି ପେନି ଷ୍ଟକ୍ସ୍ (Penny Stocks) । ଯଦି ଆପଣ ସେୟାର ମାର୍କେଟରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପେନି ଷ୍ଟକ୍ସ୍ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏଭଳି ନିବେଶ ଭବିଶ୍ୟତରେ ଆପଣଙ୍କୁ ମାଲାମାଲ କରିପାରେ । ଜାଣନ୍ତୁ କଣ ଏହି ପେନି ଷ୍ଟକ୍ସ୍...
ପେନି ଷ୍ଟକ୍ସ୍ (Penny Stocks)
- ଯେଉଁ ସେୟାରର ଦାମ୍ ବହୁତ କମ୍ ଥାଏ ତାହାକୁ ପେନି ଷ୍ଟକ୍ସ୍ କୁହାଯାଏ ।
- ୧୦ ଟଙ୍କାରୁ କମ୍ ମୂଲ୍ୟର ଷ୍ଟକ୍କୁ ସାଧାରଣତଃ ପେନି ଷ୍ଟକ୍ସ୍ କୁହାଯାଏ ।
- ଏଭଳି ସେୟାରର ମାର୍କେଟ କ୍ୟାପିଟାଲ ଖୁବ୍ କମ୍ ଥାଏ ।
- ଅଧିକାଂଶ ଏକ୍ସଚେଞ୍ଜରେ ଏହା ନନ୍ ଲିକ୍ବିଡ ଫର୍ମରେ ରହିଥାଏ ।
- ପେନି ଷ୍ଟକ୍ସ୍ ଅଧିକାଂଶ କମ୍ ଅନୁଧ୍ୟାନ କରାଯାଉଥିବା ଷ୍ଟକ୍ସ୍ ।
- ଏଭଳି ଷ୍ଟକ୍ସ୍ ବିଷୟରେ ଅଧିକାଂଶ ନିବେଶକଙ୍କ କୌଣସି ଧାରଣା ନଥାଏ ।
ପେନି ଷ୍ଟକ୍ସ୍ରେ ରିସ୍କ୍
- ଏଭଳି କମ୍ପାନୀର ମାର୍କେଟିଂ କ୍ୟାପିଟାଲ ଖୁବ୍ କମ୍ ଥାଏ ।
- କମ୍ ମାର୍କେଟିଂ କ୍ୟାପିଟାଲ ଥିବା କମ୍ପାନୀ ସାଧାରଣତଃ ଅସ୍ଥିର ଥାଏ । ଏଥିପାଇଁ ଏଥିରେ ରିସ୍କ ମଧ୍ୟ ଅଧିକ ଥାଏ ।
ଏଥିପାଇଁ କିଣାଯାଏ ପେନି ଷ୍ଟକ୍ସ୍
- ନୂଆ ନିବେଶକଙ୍କ ମାର୍କେଟ ବିଷୟରେ ବିଶେଷ ଧାରଣା ନଥାଏ ବା ଛୋଟ ନିବେଶକ ପେନି ଷ୍ଟକ୍ସ୍ କିଣନ୍ତି ।
- ୧୦ ହଜାର ଭଳି ଛୋଟ ନିବେଶ ରାଶିକୁ ନୂଆ ନିବେଶକ ୧ ଟଙ୍କିଆ ପେନି ଷ୍ଟକ୍ ଭାବରେ କିଣିଲେ ତାଙ୍କୁ ୧୦ ହଜାର ସେୟାର ମିଳିଯାଏ ।
- ଏଭଲି ନିବେଶକ କୌଣସି ସ୍ଥିର କମ୍ପାନୀର ୧୦୦୦ ଟଙ୍କିଆ ସେୟାର ମଧ୍ୟ କିଣି ପାରନ୍ତି । ଏଥିରେ ସେମାନଙ୍କୁ ୧୦ଟି ସେୟାର ମିଳେ । କିନ୍ତୁ କମ୍ ଧାରଣା ଥିବାରୁ ସେୟାର ମୂଲ୍ଯ ମଧ୍ୟରେ ପାର୍ଥକ୍ୟ ବୁଝି ପାରନ୍ତି ନାହିଁ ନିବେଶକ ।
- ବହୁ ନିବେଶକ ଏହା ଭାବି ନିବେଶ କରନ୍ତି ଯେ, କମ୍ପାନୀ ଉନ୍ନତି କରିବ । କିନ୍ତୁ ଛୋଟ କମ୍ପାନୀ ପକ୍ଷରେ ଏହା କରିବ ମୁସ୍କିଲ୍ ହୋଇ ପଡ଼ିଥାଏ । ଏଥିପାଇଁ ପେନିଷ୍ଟକ୍ସ୍ରେ ନିବେଶ କରିବା ପୂର୍ବରୁ ହୋମୱାର୍କ କରିବା ନିହାତି ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ