ETV Bharat / business

ଆସୁଛି ଅକ୍ଷୟ ତୃତୀୟା, ଚିନ୍ତାରେ ଗହଣା ବ୍ୟବସାୟୀ

author img

By

Published : Apr 25, 2020, 12:16 AM IST

ଏପ୍ରିଲ 26ରେ ଏବର୍ଷ ଅକ୍ଷୟ ତୃତୀୟା ପଡୁଛି । ଆଉ ମାତ୍ର 2 ଦିନ ଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଗହଣା ବ୍ୟବସାୟୀ । ଅଧିକ ପଢନ୍ତୁ...

ଆସୁଛି ଅକ୍ଷୟ ତୃତୀୟା, ଚିନ୍ତାରେ ଗହଣା ବ୍ୟବସାୟୀ
ଆସୁଛି ଅକ୍ଷୟ ତୃତୀୟା, ଚିନ୍ତାରେ ଗହଣା ବ୍ୟବସାୟୀ

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଛି । ସ୍କୁଲ, କଲେଜ, ଅଫିସ ସବୁ ବନ୍ଦ । ଏପରି ସ୍ଥିତିରେ ସମସ୍ତ ସେକ୍ଟର ଉପରେ ଗଭୀର ପ୍ରଭାବ ପଡିଛି । ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି । ଗହଣା ବ୍ୟବସାୟୀ ବି ଏଥିରୁ ବାଦ ପଡିନାହାନ୍ତି ।

ଏପ୍ରିଲ 26ରେ ଏବର୍ଷ ଅକ୍ଷୟ ତୃତୀୟା ପଡୁଛି । ଆଉ ମାତ୍ର 2 ଦିନ ଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଗହଣା ବ୍ୟବସାୟୀ । କାରଣ ଲକଡାଉନ ଯୋଗୁଁ ଏବର୍ଷ ବ୍ୟବସାୟ ମାନ୍ଦା ହେବାର ଆଶଙ୍କା ରହିଛି । ଲୋକେ ଘରୁ ବାହାରୁନାହାନ୍ତି । ସୁନା ଗହଣା କିଣିବ କିଏ । ବେପାର ମାନ୍ଦା ନେଇ ବଡ ବଡ ବ୍ୟବସାୟୀଙ୍କ ମୁଣ୍ଡବ୍ୟଥା ବଢିଛି । ଦୋକାନ ବଜାର ବନ୍ଦ ଥିବାବେଳେ କୌଣସି ପ୍ରକାର ଯୋଗାଯୋଗ ନାହିଁ । ଏବର୍ଷ ଭଲ ରୋଜଗାରର ଆଶା ରଖିଥିବା ଗହଣା ବ୍ୟବସାୟୀ ମୁଣ୍ଡରେ ହାତ ଦେଇଛନ୍ତି । ପ୍ରଥମରୁ ଅର୍ଥନୀତି ଝଟକା ପରେ ସୁନା ରେଟ କମିଥିଲା । ପରିସ୍ଥିତି ଦେଖି ଦର କମାଇଥିଲେ ମଧ୍ୟ ଅଧିକ ଗ୍ରାହକ ହୋଇନଥିଲେ ।

କେତେକ ଦୋକାନୀ ପରିସ୍ଥିତି ଦେଖି ଅନଲାଇନରେ ବେପାର ପାଇଁ ପ୍ରସ୍ତାବ ଦେଇଛନ୍ତି । ଅନଲାଇନରେ ସୁନା କିଣିବାକୁ ଗ୍ରାହକଙ୍କୁ ପ୍ରସ୍ତାବ ଦିଆଯାଇଛି । ଦର ମୂଲଚାଲ ପରେ ହୋମ ଡେଲିଭରୀ ହେବ ବୋଲି ଗହଣା ବ୍ୟବସାୟୀ ସର୍ତ୍ତ ରଖିଛନ୍ତି । ଲୋକେ ବାହାରକୁ ବାହାରୁନଥିବାବେଳେ ଅକ୍ଷୟ ତୃତୀୟାରେ ଗହଣା କିଣିବା ଅସମ୍ଭବ ହୋଇପଡିଛି । ହେଲେ ପରମ୍ପରା ଦୃଷ୍ଟିରୁ ନିଶ୍ଚିତ କିଛି ଲୋକ ସୁନା କିଣିପାରନ୍ତି । ସାଧାରଣ ଲୋକଙ୍କଠାରୁ ବଡ ବ୍ୟବସାୟୀ ସମସ୍ତେ ଏହି ଅବସରରେ ନୂଆ ଗହଣା କିଣିବାର ପରମ୍ପରା ରହିଛି । ହେଲେ ଏଥର ଲକଡାଉନ ଓ କୋରୋନା ମାଡରେ ସବୁକିଛି ଭଣ୍ଡୁର ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ସେହିପରି ବେପାରୀଙ୍କ ସହ ଗ୍ରାହକମାନେ ମଧ୍ୟ ନିରାଶ ହୋଇଛନ୍ତି । ଅକ୍ଷୟ ତୃତୀୟାରେ କୌଣସି ଗହଣା ନକିଣିବାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ପରମ୍ପରା ବିଶ୍ବାସ ରଖୁଥିବା କିଛି ଲୋକ ଚିନ୍ତାରେ ପଡିଛନ୍ତି । ସମସ୍ତ ଦୋକାନ ବନ୍ଦ ଥିବାବେଳେ କେଉଁଠୁ ଗହଣା କିଣିବେ ସେ ଚିନ୍ତା ତାଙ୍କୁ ଘାରିଛି । ତେବେ ଅନଲାଇନ କିଣିବା ପାଇଁ କିଛି ଗ୍ରାହକ ରାଜି ହେଉନାହାନ୍ତି । କାରଣ ନିଜେ ନଦେଖିଲେ ଠକିଯିବାର ଆଶଙ୍କା କରୁଛନ୍ତି । ସୁନା, ରୂପା କ୍ଷେତ୍ରରେ ନିଜେ ନଦେଖିଲେ କିଣିବା ଠିକ ନୁହେଁ । ସେଥିପାଇଁ ବ୍ୟବସାୟୀଙ୍କ ଅନଲାଇନ ଅଫର ଗ୍ରାହକଙ୍କୁ ଆକର୍ଷିତ କରିପାରୁନାହିଁ ।

ଅକ୍ଷୟ ତୃତୀୟାକୁ ମାତ୍ର 2 ଦିନ ଥିବାବେଳେ ଏଥର ବ୍ୟବସାୟ କ୍ଷତି ହେବ ବୋଲି ଦୋକାନୀ ଆଶା କରିଛନ୍ତି । ତେବେ ହୁଏତ ଲକଡାଉନ ଖୋଲିଲେ ବେପାର ସୁଧୁରିବା ଆଶାରେ କିଛି ବ୍ୟବସାୟୀ ଏବେ ବି ଉତ୍ସାହର ସହ ମେ 4କୁ ଅନାଇ ବସିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପରେ ସରକାର ଆଉ ଅବଧି ବଢାଇବେନି ବୋଲି ଏମାନେ ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.