ETV Bharat / business

ବଜାର ଧରାଶାୟୀ, ନିବେଶକ ହରାଇଲେ 2.24 ଲକ୍ଷ କୋଟି

author img

By

Published : Nov 25, 2020, 7:38 PM IST

ସେୟାର ସୂଚକାଙ୍କ ତଳମୁହାଁ । ଫଳରେ ମଉଳିଛି ନିବେଶକଙ୍କ ଆଶା । ସେନସେକ୍ସ 695 ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିବେଶକ 2,24,978.33 କୋଟି ଟଙ୍କା ହରାଇଛନ୍ତି ।

ବଜାର ଧରାଶାୟୀ, ନିବେଶକ ହରାଇଲେ 2.24  ଲକ୍ଷ କୋଟି
ବଜାର ଧରାଶାୟୀ, ନିବେଶକ ହରାଇଲେ 2.24 ଲକ୍ଷ କୋଟି

ନୂଆଦିଲ୍ଲୀ: ଚିତପଟ୍ଟାଙ୍ଗ ପୁଞ୍ଜି ବଜାର । ଲାଭ ବୁକିଂ ଯୋଗୁଁ ସେୟାର ସୂଚକାଙ୍କ ତଳମୁହାଁ । ଫଳରେ ମଉଳିଛି ନିବେଶକଙ୍କ ଆଶା । ସେନସେକ୍ସ 695 ପଏଣ୍ଟ ହ୍ରାସ ହୋଇଥିବା ବେଳେ ନିବେଶକ 2,24,978.33 କୋଟି ଟଙ୍କା ହରାଇଛନ୍ତି ।

ବଜାରରେ 3 ଦିନ ଧରି ଜାରି ରହିଥିବା ପ୍ରଫିଟରେ ବୁଧବାର ଲାଗିଛି ବିରାମ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 694.92 ପଏଣ୍ଟ ଖସି 43,828.10 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି196.75 ପଏଣ୍ଟ ହ୍ରାସ ହୋଇ 12,858.40 ରେ ପହଞ୍ଚିଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ 2,24,978.33 କୋଟି ଟଙ୍କାରୁ ଖସି 1,72,56,942.95 କୋଟି ଟଙ୍କା ରହିଛି । ସେନସେକ୍ସ ସେୟାରରେ ସର୍ବାଧିକ କ୍ଷତି କୋଟାକ ବ୍ୟାଙ୍କର ରହିଛି । ଏଥିରେ 3.22 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତିତ ଆକ୍ସିସ ବ୍ୟାଙ୍କ,ସନ ଫାର୍ମା , ଏଚଡିଏଫସି ବ୍ୟାଙ୍କ, ବଜାଜ ଫାଇନାନ୍ସ , ଏସିଆନ ପେଣ୍ଟସ , ଭାରତୀ ଏୟାରଟେଲ, ଇମ୍ଫୋସିସ ଓ ଟେକ ମହିନ୍ଦ୍ରାରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି ।

ଅନ୍ୟପଟେ କେବଳ 3 ସେୟାର.. ଓଏନଜିସି, ପାୱାରଗ୍ରୀଡ ଓ ଇଣ୍ଡସାଇଡ ବ୍ୟାଙ୍କ ଲାଭରେ ରହିଛି । ଏଥିରେ 6.25 ପ୍ରତିଶତ ଯାଏଁ ବୃଦ୍ଧି ଆସିଛି । ବିଏସିଇରେ 1,662 କମ୍ପାନୀର ସେୟାର ତଳମୁହାଁ ରହିଛି । ଯେତେବେଳେ କି 1,126 ରେ ବୃଦ୍ଧି ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.