ETV Bharat / business

‘ପ୍ରଭାବିତ ହେବ ଆର୍ଥିକ ବ୍ୟବସ୍ଥା, ବୁଡିପାରେ ବ୍ୟାଙ୍କ ଲୋନ୍‌’ - Moodys

ଚିନ୍ତା ବଢାଉଥିବା ଆର୍ଥିକ ମାନ୍ଦାବସ୍ଥା ଟେନସନକୁ ଡବଲ କରିଛି ରେଟିଂ ଏଜେନ୍ସି ମୁଡିସ ରିପୋର୍ଟ । ବ୍ୟାଙ୍କର ଋଣ ବୁଡିବା ନେଇ ଆଶଙ୍କା ପ୍ରକାଶ କରିଛି ମୁଡିସ । ଅଧିକ ପଢନ୍ତୁ..

Moodys
‘ପ୍ରଭାବିତ ହେବ ଆର୍ଥିକ ବ୍ୟବସ୍ଥା, ବୁଡିବପାରେ ବ୍ୟାଙ୍କ ଲୋନ୍‌’
author img

By

Published : Jun 4, 2020, 1:10 PM IST

ନୂଆଦିଲ୍ଲୀ: ଭାରତର ରେଟିଂ ହ୍ରାସ ସହ ମୁଡିସ କହିଛି କି ବ୍ୟାଙ୍କ ମୁଣ୍ଡରେ ବିପଦ ବୁଲୁଛି । ଖୁଚୁରା ଓ ଏମଏସଏମଇ ଋଣ ବୁଡିବା ସମ୍ଭାବନା ବଢିଗଲାଣି । ଏଥିସହ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ସଙ୍କଟ ବଢିବାରେ ଲାଗିଛି ।

କୋରୋନା ଭାଇରସ ସଂକ୍ରମଣ ପୂର୍ବରୁ କିଛି ସେକ୍ଟର ସଙ୍କଟଗ୍ରସ୍ତ ରହିଛି । ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ( ଏନବିଏଫସି) ସ୍ଥିତି ଦେଖିବାକୁ ଗଲେ ଆଗାମୀ ଦିନରେ ଆସେଟସ ଓ ଲାଇବିଲିଟି(Liability)ଉଭୟ ଉପରେ ପ୍ରଭାବ ପଡିବ । ଏହା ବ୍ୟାଙ୍କ ଲୋନର ପାଖାପାଖୀ 10ରୁ 15 ପ୍ରତିଶତ ହେବ ।

ଘରୋଇ ବିଦ୍ୟୁତ କମ୍ପାନୀ ପାଖରେ ବ୍ୟାଙ୍କ ଲୋନର 18 ପ୍ରତିଶତ ରହିଛି । ସେହିପରି ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡିକ ମଧ୍ୟ ପ୍ରବଳ ମାତ୍ରାରେ ଋଣ ବିତରଣ କରିଛନ୍ତି । ମୁଡିସ କହିଛି କି, ଏବେ ରିଟେଲ ଓ ଏମଏସଏମଇ ଋଣ ଗୁଣବତ୍ତା ଖରାପ ହେବ । ଯାହାକି ମୋଟ ଋଣର 44 ପ୍ରତିଶତ ।

କମ ବିକାଶ ଦର, ଦୁର୍ବଳ ରାଜକୋଷୀୟ ସ୍ଥିତି ଓ ଆର୍ଥିକ କ୍ଷେତ୍ରରେ ବଢୁଥିବା ବିବାଦ ଯୋଗୁଁ ଆର୍ଥିକ ସଂସ୍ଥାନର ଚ୍ୟାଲେଞ୍ଜ ବଢୁଛି ବୋଲି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା-ମୁଡିସ ଇନଭେଷ୍ଟର କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.