ETV Bharat / business

ମେ ମାସରେ 20 ପ୍ରତିଶତ ବଢିଲା ଦେଶର କୋଇଲା ଆମଦାନୀ

ବୃଦ୍ଧି ପାଇଲା ଦେଶର କୋଇଲା ଆମଦାନୀ । ଚଳିତ ଆର୍ଥିକ ବର୍ଷ ମେ ମାସରେ ଭାରତର କୋଇଲା ଏବଂ କୋକ ଆମଦାନୀ ଗତ ବର୍ଷ ଅପେକ୍ଷା 20.4 ପ୍ରତିଶତ ବଢିଛି । ଅଧିକ ପଢନ୍ତୁ...

author img

By

Published : Jul 11, 2021, 5:08 PM IST

ମେ ମାସରେ 20 ପ୍ରତିଶତ ବଢିଲା ଦେଶର କୋଇଲା ଆମଦାନୀ
ମେ ମାସରେ 20 ପ୍ରତିଶତ ବଢିଲା ଦେଶର କୋଇଲା ଆମଦାନୀ

ନୂଆଦିଲ୍ଲୀ: ଭାରତର କୋଇଲା ଆମଦାନୀରେ ବୃଦ୍ଧି । ଗତ ମେ ମାସରେ ଦେଶର କୋଇଲା ଆମଦାନୀ 20.4 ପ୍ରତିଶତ ବୃଦ୍ଧି ପାଇ 1.99 କୋଟି ଟନରେ ପହଞ୍ଚିଛି । ଏମଜଙ୍କସନ ସର୍ଭିସ ତଥ୍ୟରୁ ଏହା ଜଣାପଡିଛି ।

ଏମଜଙ୍କସନ ସର୍ଭିସ କହିଛି ଯେ ଚଳିତ ବର୍ଷ ମେ ମାସରେ ଭାରତର କୋଇଲା ଏବଂ କୋକ ଆମଦାନୀ ଗତ ବର୍ଷ ଅପେକ୍ଷା 20.4 ପ୍ରତିଶତ ବଢିଛି । ଗତବର୍ଷ ମେ ମାସରେ ଏହାର ପରିମାଣ 1.65 କୋଟି ଟନ ଥିବାବେଳେ ଚଳିତ ବର୍ଷ ମେ ରେ ଏହା 1.99 କୋଟି ଟନରେ ପହଞ୍ଚିଛି । କମ୍ ଚାହିଦା ଏବଂ ଅଧିକ ମାଲ ପରିବହନ ଯୋଗୁଁ ମୌସୁମୀ ସିଜନରେ କୋଇଲା ଆମଦାନୀ କମିବାର ସମ୍ଭାବନା ରହିଥିବା ଏମଜଙ୍କସନ କହିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ଦେଶର କୋଇଲା ଆମଦାନୀ 25.4 ପ୍ରତିଶତ ବଢି 4.21 କୋଟି ଟନ ପହଞ୍ଚିଛି । ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ 3.36 କୋଟି ଟନ ଥିଲା । ମେ ମାସରେ ମୋଟ ଆମଦାନୀର 1.36 କୋଟି ଟନ ନନ କୋକିଂ କୋଇଲା ରହିଛି । ଗତ ବର୍ଷ ସମାନ ମାସରେ ଏହା 1.05 କୋଟି ଟନ ଥିଲା । ଏହାମଧ୍ୟରେ କୋକିଂ କୋଇଲାର ଆମଦାନୀ ବୃଦ୍ଧି ପାଇ 44.1 ଲକ୍ଷ ଟନରେ ପହଞ୍ଚିଯାଇଛି । ଯାହା ମେ 2020ରେ 3.18 ଲକ୍ଷ ଟନ ଥିଲା ।

ଏପ୍ରିଲ-ମେରେ 2.89 କୋଟି ଟନର ନନ କୋକିଂ କୋଇଲା ଆମଦାନୀ କରାଯାଇଛି । ମାତ୍ର 2020 ଆର୍ଥିକ ବର୍ଷର ସମାନ ସମୟରେ 2.28 କୋଟି ଟନ ପରିମାଣର ନନ କୋକିଂ ଆମଦାନୀ ହୋଇଥିଲା । ଏହି ସମୟରେ କୋକିଂ ଆମଦାନୀ ପୂର୍ବ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ 64.1 ଲକ୍ଷ ଟନ ଥିଲାବେଳେ ଚଳିତ ବର୍ଷ ଏହା 91.5 ଲକ୍ଷ ଟନ ଛୁଇଁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.