ETV Bharat / business

ବଜାର 2019: ଭାରତୀୟ କମ୍ପାନୀ ପାଇଲେ 8.7 ଲକ୍ଷ କୋଟି ଟଙ୍କା

author img

By

Published : Dec 30, 2019, 9:38 AM IST

2020ରେ ପୁଞ୍ଜି ଏକତ୍ର ଦୃଷ୍ଟିରୁ ବଜାର ସ୍ଥିତି, ଆର୍ଥିକ ବୃଦ୍ଧି, ଆମେରିକା-ଚୀନ ଟ୍ରେଡ ୱାର ଓ କେନ୍ଦ୍ର ବଜେଟରେ ହେବାକୁ ଥିବା ଉପାୟ ଉପରେ ନିର୍ଭର କରିବ ।

india inc garners rs 8 dot 7 lakh cr from markets in 2019
ବଜାର 2019: ଭାରତୀୟ କମ୍ପାନୀ ପାଇଲେ 8.7 ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜିବଜାର ପାଇଁ ବେଶ ଭଲ ରହିଛି 2019 । ବିଭିନ୍ନ କମ୍ପାନୀ ଟଙ୍କା ନିବେଶ କରି ବେଶ ଲାଭବାନ ହୋଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏ ବର୍ଷ ଭାରତୀୟ କମ୍ପାନୀମାନେ ଘରୋଇ ଓ ବିଦେଶୀ ବଜାରରୁ 8.7 ଲକ୍ଷ କୋଟି ଟଙ୍କା ଏକତ୍ର କରିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ 20 ପ୍ରତିଶତ ଅଧିକ ।

ଚଳିତ ବର୍ଷ କାରବାର ସହ ଜଡିତ କାର୍ଯ୍ୟ ପାଇଁ ଅର୍ଥ ଯୋଗାଣ ମାମଲାରେ ବଣ୍ଡର ସହଯୋଗ ବେଶ ରହିଛି । ଜିୟୋଜିତ ଫାଇନ୍ସିଆଲ ସର୍ବେସସର ମୁଖ୍ୟ ନିବେଶ ରଣନୀତିଜ୍ଞ ବିଜୟ କୁମାର କହିଛନ୍ତି ଯେ, 2020ରେ ପୁଞ୍ଜି ଏକତ୍ର ଦୃଷ୍ଟିରୁ ବଜାର ସ୍ଥିତି, ଆର୍ଥିକ ବୃଦ୍ଧି, ଆମେରିକା-ଚୀନ ଟ୍ରେଡ ୱାର ଓ କେନ୍ଦ୍ର ବଜେଟରେ ହେବାକୁ ଥିବା ଉପାୟ ଉପରେ ନିର୍ଭର କରିବ ।

ଆଇସିଆଇସିଆଇ ସିକ୍ୟେରିଟିଜରେ ଇକ୍ୟୁଟି ପୁଞ୍ଜି ବଜାରର ସହ-ପ୍ରମୁଖ ଗୌରବ ସୁଡ କହିଛନ୍ତି ଯେ, ନୂଆ ବର୍ଷରେ ମଧ୍ୟ ବଣ୍ଡ ବଜାର ପାଇଁ ଭଲ ଆଶା ରହିଛି । ଏହାର କାରଣ ହେଉଛି କି, ଦେଶରେ ସୁଧ ଦର କମ ଓ ଆରବିଆଇ ଦ୍ବାରା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ସମେତ ବିଭିନ୍ନ କ୍ଷେତ୍ର ପାଇଁ ବିଦେଶୀ ଋଣ(ଇସିବି)କୁ ଅଧିକ ଆକର୍ଷିତ କରାଯାଇଛି ।

ପ୍ରାଥମିତ ତଥ୍ୟ ଅନୁଯାୟୀ, ମୋଟ 8.68 ଲକ୍ଷ କୋଟି ଟଙ୍କାରୁ 6.2 ଲକ୍ଷ କୋଟି ଟଙ୍କା ଭାରତୀୟ ବଣ୍ଡ ବଜାରରୁ ଏକତ୍ର ହୋଇଛି । ସେପଟେ 1.2 ଲକ୍ଷ କୋଟି ଟଙ୍କା ବିଦେଶରେ ବଣ୍ଡ ଜାରି କରି ଏବଂ ବାକି 1.25 ଲକ୍ଷ କୋଟି ଟଙ୍କା ଇକ୍ୟୁଟି ବଜାରରୁ ମିଳିଛି ।

ଏହା ପୂର୍ବ ବର୍ଷ ମୋଟ 7.5 ଲକ୍ଷ କୋଟି ଟଙ୍କା ଏକତ୍ର ହୋଇଥିଲା । ଯେଉଁଥିରୁ 6.2 ଲକ୍ଷ କୋଟି ଭାରତୀୟ ବଣ୍ଡ ବଜାରରୁ ମିଳିଥିବାବେଳେ 1.2 ଲକ୍ଷ କୋଟି ଟଙ୍କା ବିଦେଶରେ ବଣ୍ଡ ଜାରି ଓ ଅବଶେଷ 1.25 ଲକ୍ଷ କୋଟି ଇକ୍ୟୁଟି ବଜାରରେ ଆସିଛି ।

ମୁଖ୍ୟତଃ ବେପାର ବିସ୍ତାର ଯୋଜନା ଲାଗୁ, ଋଣ ପରିଶୋଧ ତଥା ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ହେଉଛି ପୁଞ୍ଜି ଏକତ୍ରର ବଡ ଉତ୍ସ ।

ରିପୋର୍ଟ ଅନୁଯାୟୀ, ଘରୋଇ ବଣ୍ଡ ବଜାରରୁ ଏକତ୍ର 6.2 ଲକ୍ଷ କୋଟି ଟଙ୍କାରୁ 6 ଲକ୍ଷ କୋଟି ଟଙ୍କା ଘରୋଇ ନିୟୋଜନ ଆଧାରରେ ତଥା 16,425 କୋଟି ଟଙ୍କା ସାର୍ବଜନୀନ ନିର୍ଗମ ଜରିଆରେ ମିଳିଛି ।

ଚଳିତ ବର୍ଷ ଏବେ ସୁଦ୍ଧା ବଡ କମ୍ପାନୀର 16 ଆଇପିଓ ଜରିଆରେ 12,365 କୋଟି ଟଙ୍କା ଏବଂ ଏମଏସଏମଇ ଆଇପିଓ ଜରିଆରେ 610 କୋଟି ଟଙ୍କା ମିଳିଛି ।

ସେପଟେ 2018ରେ ବଡ ଆଇପିଓରୁ 30,959 କୋଟି ଟଙ୍କା ଓ ଏମଏସଏମଇ ଜରିଆରେ 2,287 କୋଟି ଟଙ୍କା ଏକତ୍ର ହେଇଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.