ETV Bharat / business

ବିଜନେସ 2019: ହୁହୁ ଦାମ ବୃଦ୍ଧିରେ ଜଳିଲା ଖାଉଟି ପେଟ

author img

By

Published : Dec 30, 2019, 12:55 PM IST

ଆଳୁ 35, ଟମାଟୋ 35, ପିଆଜ 200 । 2019ରେ ଏହି ମହଙ୍ଗା ମାଡ ଖାଉଟିର ବୋଝକୁ ଡବଲ କରିଦେଇଛି । ଆଖିରୁ ନିଦ ପେଟରୁ ଭୋକ ହଜେଇଦେଇଥିଲା ଏହି ଦରବୃଦ୍ଧି ଚିନ୍ତା ।

high food prices to haunt 2020
ବିଜନେସ 2019: ହୁହୁ ଦାମ ବୃଦ୍ଧିରେ ଜଳିଲା ଖାଉଟି ପେଟ

ନୂଆଦିଲ୍ଲୀ: ଖାଉଟିଙ୍କ ପେଟକୁ ଜଳେଇଛି 2019 । ପନିପରିବା ଠାରୁ ତେଲ ଓ ପିଆଜ ଦାମର ଲଗାତାର ବୃଦ୍ଧି ଖାଇବ ଥାଳିର ସ୍ବାଦ ଛଡେଇନେଇଛି । ମହଙ୍ଗ ମାଡରେ ଚପିହୋଇଗଲେ ଖାଉଟି । ଏପରି ସମୟ ଆସିଲା ପିଆଜ କିଲୋ 200 ଟଙ୍କା ଛୁଇଁ ଖାଉଟି ବଜାରରେ ଇତିହାସ ରଚିଲା । ଏଥିପାଇଁ ଗ୍ରାହକଠୁ ନେଇ ବ୍ୟବସାୟୀ ସବୁ ନାକେଦମ ।

ଖାଦ୍ୟ ବସ୍ତୁର ଆକାଶଛୁଆଁ ଦାମ ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି 3 ବର୍ଷର ସର୍ବୋର୍ଚ୍ଚ ସ୍ତର 5.54 ରେ ପହଞ୍ଚିଛି । ଏସବୁ କାରଣରୁ ନିମ୍ନ ଠାରୁ ମଧ୍ୟବିତ୍ତ ନିଜ ଖାଇବା ଚାର୍ଟକୁ ବଦଳାଇଦେଇଛନ୍ତି । ଏପଟେ ଫସଲ ନଷ୍ଟ ଓ ଯୋଗାଣ କମିବା ଯୋଗୁଁ ନିତ୍ୟବ୍ୟହାର୍ଯ୍ୟ ପରିବା ଦାମ ଭୋକ ମାରିଦେଉଥିଲା ।

ନଭେମ୍ବରରେ ଟମୋଟୋ କିଲୋ 80 ଟଙ୍କାରେ ବିକ୍ରି ହେଲା ତ ପୁଣି ଡିସେମ୍ବରରେ ଯୋଗାଣ ପ୍ରଭାବିତ ଯୋଗୁଁ ଆଳୁ କିଲୋ 30 ଟପିଲା । ତେବେ ବର୍ତ୍ତମାନ ଦାମ ବୃଦ୍ଧିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ପରିବା ଦାମରେ ବୃଦ୍ଧି-ହ୍ରାସ

ପ୍ରାୟତଃ ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ପୀତି ଅନୁମାନ 4 ପ୍ରତିଶତ ସହ ସନ୍ତୋଷଜନକ ସ୍ତରରେ ରହିଛି । ସରକାରଙ୍କ ପକ୍ଷରୁ ଟମାଟୋ, ପିଆଜ, ଆଳୁ ଭଳି ପ୍ରମୁଖ ପରିବା 2018-19ରେ ସାଧାରଣ ବଜେଟର ପ୍ରଥମ ପ୍ରାଥମିକତା ରହିଥିଲା । ଗତ ବର୍ଷ ନଭେମ୍ବରରେ ଅପେରସନ ଗ୍ରୀନକୁ ମଞ୍ଜୁରୀ ଦିଆଯାଇଛି । ଯାହା ଫଳରେ ଏହି ପରିବା ଦାମ ବୃଦ୍ଧି-ହ୍ରାସକୁ ରୋକିବା ପାଇଁ ଜୋର ଦିଆଯାଇଥିଲା ।

ବିଦେଶରୁ ଆମଦାନୀ ହେଲା ପିଆଜ

ଆଜି 20, କାଲି 30 ଏପରି ଦିନକୁ ଦିନ ଲଗାତାର ବୃଦ୍ଧି ସହ ପିଆଜ 200 ଡେଇଁଥିଲା । ଏହି ବୃଦ୍ଧିରେ ବ୍ରେକ ଲଗାଇବା ପାଇଁ ସରକାର ମିସ୍ତ୍ରୀ, ତୁର୍କୀ ଓ ଆଫଗାନୀସ୍ତାନରୁ ପିଆଜ ଆମଦାନୀ କପରିଥିଲେ । ତେବେ ଆମଦାନୀ ପିଆଜ ଭାରତରେ ପହଞ୍ଚିଯାଇଥିଲେ ସୁଦ୍ଧା ବଜାରରେ ପିଆଜର ଖୁଚୁରା ଦାମ କିଲୋ ପିଛା ଏବେ 130 ଟଙ୍କା ରହିଛି । ସେପଟେ ତରକାରୀର ହିରୋ ଆଳୁ ଦାମ କିଲୋ ପିଛା 20ରୁ 30 ଟଙ୍କାପରେ ବିକ୍ରି ହେଉଛି । ଏହା ବ୍ୟତିତ ରସୁଣ ଦାମ ଏବେ ଆକାଶଛୁଆଁ । 100 ଗ୍ରାମ ରସୁଣ ଦାମ 30ରୁ 40 ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଦ୍ବିମାସିକ ମୁଦ୍ରାନୀତି ବୈଠକରେ ରୋପୋରେଟ ଦର ନିଷ୍ପତି ସମୟରେ ଖୁଚୁରା ମୁଦ୍ରାସ୍ପୀତି ଉପରେ ଗୁରୁତ୍ବ ଦେଇଥିଲା । କେନ୍ଦ୍ରୀୟ ବ୍ୟାଙ୍କ ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପୀତି ଲକ୍ଷକୁ 4 ପ୍ରତିଶତ ରଖିଛି ।

ଡିସେମ୍ବର ସମୀକ୍ଷାରେ ରିଜର୍ଭ ବ୍ୟାଙ୍କ 5.1ରୁ 4.7 ପ୍ରତିଶତ ମଧ୍ୟରେ ରଖିଛି । ପୂର୍ବରୁ ଏହା 3.5ରୁ 3.7 ପ୍ରତିଶତ ଭିତରେ ରହିବା ନେଇ ପୂର୍ବାନୁମନ କରାଯାଇଥିଲା । ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଛମାସ ପାଇଁ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ଅନୁମାନ ବଢାଇ 4-3.8 ପ୍ରତିଶତ ମଧ୍ୟରେ କରିଦେଇଛି ।

ଇଫ୍ରା ଅର୍ଥଶାସ୍ତ୍ରୀ ଆଦିତି ନାୟରଙ୍କ ଅନୁମାନ ରହିଛି ଯେ, 2020 ଆରମ୍ଭରେ ପନିପରିବା ଦାମ ଆୟତରେ ରହିବ । ଜଳବାୟୁର ଭଲ ରହିଲେ ଫସଲ ମଧ୍ୟ ଭଲ ରହିପାରେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.