ନୂଆଦିଲ୍ଲୀ: ଲଗାତାର ତୃତୀୟ ମାସ ଧରି 1 ଲକ୍ଷ କୋଟି ତଳେ ଦ୍ରବ୍ୟ ଓ ସେବା କର (ଜିଏସଟି) ଆଦାୟ । ଅକ୍ଟୋବରରେ ଜିଏସଟି ସଂଗ୍ରହ ହ୍ରାସ ପାଇ 95,380 କୋଟିରେ ପହଞ୍ଚିଛି । ଯାହାକି ଗତ ବର୍ଷ ଏହି ଅବଧି(ଅକ୍ଟୋବର)ରେ 1,00,710 କୋଟି ଥିଲା ।
ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ 91,916 କୋଟି ଥିଲା । ଅର୍ଥମନ୍ତ୍ରାଣଳୟର ବୟାନ ଅନୁଯାୟୀ, 2019 ଅକ୍ଟୋବରରେ ମୋଟି ଜିଏସଟି ସଂଗ୍ରହ 95,380 କୋଟି ଟଙ୍କା ରହିଛି । ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) 17,582 କୋଟି, ରାଜ୍ୟ ଜିଏସଟି (ଏସଜିଏସଟି)23,674 କୋଟି ଟଙ୍କା , ଇଣ୍ଟିଗ୍ରେଟେଡ ଜିଏସଟି (ଆଇଜିଏସଟି)46,517 କୋଟି ( ଆମଦାନୀ ମାଲରୁ 21,446 କୋଟି ମିଳିଛି) ଓ ଉପକର (ସେସ)7,607 ଟଙ୍କା ରହିଛି ।
ସେହିପରି ସେପ୍ଟେମ୍ବର ମାସ ପାଇଁ ଅକ୍ଟୋବର 30 ପର୍ଯ୍ୟନ୍ତ ମୋଟ 73.83 ଲକ୍ଷ ଜିଏସଟି 3ବି ରିଟର୍ଣ୍ଣ ଦାଖଲ କରାଯାଇଛି ।