ETV Bharat / business

ଏଣିକି10 ଲକ୍ଷ ଉଠାଇଲେ ଗଣିବାକୁ ପଡିବ ଟିକସ !

ନଗଦ ନିୟନ୍ତ୍ରଣ, ଡିଜିଟାଲ ନେଣଦେଣ ପ୍ରୋତ୍ସାହନ ଓ କଳା ଟଙ୍କା ଉପରେ ରୋକ ଲଗାଇବାକୁ ଲାଗିବ ଟିକସ । ଆଗକୁ 10 ଲକ୍ଷ ଟଙ୍କା ଉଠାଇବା ଉପରେ ଦେବାକୁ ପଡିବ ଟିକସ । ଏନେଇ ଆସନ୍ତା ବଜେଟରେ ନିର୍ଣ୍ଣୟ ନିଆଯିବ ।

author img

By

Published : Jun 11, 2019, 5:21 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ବର୍ଷକୁ 10 ଲକ୍ଷ ଟଙ୍କା ଉଠାଇବା ଉପରେ ଗଣିବାକୁ ପଡିବ ଟିକସ । ଏନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ନଗଦ ହ୍ରାସ, କଳା ଟଙ୍କା ନିୟନ୍ତ୍ରଣ ଏବଂଡିଜିଟାଲ କାରବାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏ ନେଇ ଯୋଜନା କରୁଛନ୍ତି ।

ଏଥିସହ କାଗଜ ଟଙ୍କା କାରବାର ଉପରେ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଆଉ ଏକ ପ୍ରସ୍ତାବ ବିଚାରଧୀନ ରହିଛି। ମୋଟା ଅଙ୍କର ନଗଦ ଉଠାଣ ଉପରେ ଆଧାର ବାଧ୍ୟତାମୂଳକ କରାଯାଇପାରେ । ଯାହା ଫଳରେ ଗ୍ରାହକଙ୍କ ଉପରେ ନଜର ରଖିବା ସହ ଟିକସ ରିଟର୍ଣ୍ଣ ମଧ୍ୟ ଆଦାୟ କରାଯାଇ ପାରିବ । ଆଧାରର ଅପବ୍ୟବହାର ହେଉଛି କି ନାହିଁ ତାହାକୁ ୟୁଆଇଡି ଓ ଓଟିପି ସୁନିଶ୍ଚିତ କରିବେ ।

କଳାଟଙ୍କାରେ ରୋକ ଲଗାଇବାକୁ ସରକାର ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବା ପରି ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ଦିଗ ଉପରେ ବିଚାର ବିମର୍ଶ କରି ଆସନ୍ତା ମାସ 5 ତାରିଖରେ ଉପସ୍ଥାପନ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏ ନେଇ ଘୋଷଣା କରାଯିବ ।

Intro:Body:

gdgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.