ETV Bharat / business

ଗହଣାପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, କମିଲା ସୁନା ଓ ରୂପା ଦାମ

author img

By

Published : May 12, 2021, 9:51 PM IST

ସୁନା ଗହଣା କିଣିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ମଧ୍ୟରେ ହ୍ରାସ ହେଲା ସୁନା ଓ ରୂପା ଦାମ । ଅଧିକ ପଢନ୍ତୁ..

Gold, silver decline on weak global trends

ନୂଆଦିଲ୍ଲୀ: ଆଗକୁ ଅକ୍ଷୟ ତୃତୀୟ । ସୁନାଗହଣା କିଣିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ମଧ୍ୟରେ ହ୍ରାସ ହେଲା ସୁନା ଓ ରୂପା ଦାମ ।

ବୁଧବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 229 ଟଙ୍କା କମି 47,074 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଏହା ପୂର୍ବ କାରବାର ଦିବସରେ ସୁନା ବନ୍ଦ ଦାମ 10 ଗ୍ରାମ ପ୍ରତି 47,303 ଟଙ୍କା ରହିଛି । ସେହିପରି ଆଜି ରୂପା ଦାମ କିଲୋ ପ୍ରତି 717 ଟଙ୍କା କମିବା ସହ 70,807 ଟଙ୍କା ଅଛି । ପୂର୍ବ କାରବାର ଦିବସରେ ଏହା 71,524 ଟଙ୍କାରେ ବନ୍ଦ ହୋଇଥିଲା ।

ମଙ୍ଗଳବାର ମଧ୍ୟ ସୁନା ଓ ରୂପା ଦାମ ହ୍ରାସ ହୋଇଥିଲା । କୋରୋନା ଭାଇରସ ସଙ୍କଟ ମଧ୍ୟରେ ସୁନା ଦାମ ହ୍ରାସ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ପାର୍ବଣ ଓ ବିବାହ ସିଜନ ରହିଥିଲା ବେଳେ ସୁନା ଓ ରୂପା ଦାମ କମ ଯୋଗୁଁ ଗହଣା ପ୍ରେମୀଙ୍କୁ ଖୁସି ହୋଇଛନ୍ତି ।

ତେବେ ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ମଧ୍ୟରେ ସୁନା ଦାମ ବଢିବା ଆଶଙ୍କା ରହିଛି । କାରଣ ସୁରକ୍ଷିତ ନିବେଶର ମାଧ୍ୟମ ହେଉଛି ସୁନା । ଏଣୁ ସୁନା ଚାହିଦା ବର୍ତ୍ତମାନ ଭଳି ଅନିଶ୍ଚିତ ସମୟରେ ବଢୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.