ETV Bharat / business

ଆଜି ପବିତ୍ର ଅକ୍ଷୟ ତୃତୀୟ: ବଢିଲା ସୁନା ଦର - gold

ଆଜି ପବିତ୍ର ଅକ୍ଷୟ ତୃତୀୟା । ଗହଣା କିଣିବାକୁ ବଜାରରେ ଖଚାଖଚ ଭିଡ । ଡିମାଣ୍ଡକୁ ନଜରରେ ରଖି ସୁନା ଦାମ ବୃଦ୍ଧି । ହେଲେ ବିଭିନ୍ନ କାରଣରୁ ଖସିଛି ରୂପା ଦର ।

ପ୍ରତିକାତ୍ମକ ଫଟୋ
author img

By

Published : May 7, 2019, 4:21 PM IST

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା । ପୂରା ଦିନଟି ଶୁଭ ରହିଥିବା ହେତୁ କିଛି ନୂଆ କରିବା କିମ୍ବା କିଣିବା ପୂର୍ବରୁ କୌଣସି ମୁହୂର୍ତ୍ତ ଦେଖିବାକୁ ପଡ଼ିନଥାଏ | ଖାସ କରି ସୁନା ଓ ମୁଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ତ ଆଜିର ଏହି ଦିନରେ ଗହଣା କିଣିବାକୁ ଦୋକାନରେ ଖଚାଖଚ ଭିଡ ଜମିଥାଏ ।

କୌଣସି ଶୁଭ କାମ ପାଇଁ ଲୋକେ ସାଧାରଣତଃ ଅକ୍ଷୟ ତୃତୀୟା ଦିନଟିକୁ ବାଛିଥାନ୍ତି | ଏହି ଦିନ ଯେଉଁ କାମ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ | ଗାଡି, ଘର ଓ ସୁନା ସବୁ ଆଜିର ଦିନରେ କିଣିଥାନ୍ତି । ଆଉ ପ୍ରଫିଟ ଆଶାରେ ବେପାରୀ ବି ଗଢା ମଜୁରୀଠୁ ଆରମ୍ଭ କରି କିଣା ମୂଲ୍ୟରେ ମଧ୍ୟ ରିହାତି ଦେଇଥାନ୍ତି ।

ତେବେ ଚଳିତ ଥର ସୁନା ଦାମରେ ସାମନ୍ୟ ବ୍ୟତିକ୍ରମ ଦେଖାଦେଇଛି । ଚାହିଦାକୁ ନଜରରେ ରଖି ବଢିଛି ଦାମ । ଯଦିଓ ଏତେଟା ନୁହେଁ ତଥାପି ସରଫରା ବଜାରରେ 10 ଗ୍ରାମ ପିଛା ସୁନା ଦର 75 ଟଙ୍କା ବୃଦ୍ଧି ପାଇ 32,720 ଟଙ୍କାରେ ପହଞ୍ଚିଛି । କିନ୍ତୁ ରୂପା କିଲୋ ପିଛା 70 ଟଙ୍କା ଖସି 38,130 ରହିଛି ।

ତେବେ ଏହି ପର୍ବଟି ସନାତନ ଧର୍ମର ଅଧିକ ମହତ୍ବ ରଖିଥାଏ । ଏଥିଯୋଗୁଁ ପରମ୍ପରା ଓ ବିଶ୍ବାସକୁ ଗୁରୁତ୍ବ ଦେଇ ଅଧିକ ସୁନା ଓ ରୂପା ଭଳି ମୁଲ୍ୟବାନ ଧାତୁ କିଣାଯାଇଥାଏ । ଅକ୍ଷୟ ତୃତୀୟାର ବହୁ ଦିନ ପୂର୍ବରୁ ଗ୍ରାହକ ନିଜ ମନପସନ୍ଦର ଗହଣା ପାଇଁ ଅର୍ଡର ଦେଇଥାନ୍ତି । ଏସବୁକୁ କିଣିବାକୁ ଆଜି ସକାଳୁ ସୁନାରୀ ପାଖରେ ଲମ୍ବା ଲାଇନ ଲାଗିଥାଏ । ଏହାକୁ ନଜରରେ ରଖି ଚଳିତ ଥର 10 ପ୍ରତିଶତକୁ ଅଧିକ ଗହଣା ବିକ୍ରି ହେବ ବୋଲି ଆଶା ରଖିଛନ୍ତି ବେପାରୀ । ତେବେ ଓଡିଶାରେ ଫନି ଯୋଗୁଁ ଏହାର ଚାହିଦା କମିଥିବା ଜଣାପଡିଛି ।

Intro:Body:

fddf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.