ETV Bharat / business

ସୁନା ଦାମ ବୃଦ୍ଧିରେ ଲାଗିଛି ବ୍ରେକ, ଲକଡାଉନ 4.0ରେ କମିଛି ରେଟ୍‌

ବର୍ତ୍ତମାନର ସଙ୍କଟ ସ୍ଥିତିରେ ନିବେଶ ସୁରକ୍ଷିତ ନିବେଶ ପାଇଁ ସୁନା ଉପରେ ଟଙ୍କା ଲଗାଉଛନ୍ତି । ଫଳରେ ସୁନା ଦାମ ଲଗତାର ବଢିଚାଲିଥିବା ଦେଖିବାକୁ ମିଳିଛି । ହେଲେ ଲକଡାଉନ 4.0 ସରିବା ଶୁଦ୍ଧା ସୁନା ଦାମରେ ହ୍ରାସ ଦେଖାଦେଇଛି । ଅଧିକ ପଢନ୍ତୁ...

gold price slips  during lockdown 4.0
ସୁନା ଦାମ ବୃଦ୍ଧିରେ ଲାଗିଛି ବ୍ରେକ, ଲକଡାଉନ 4.0ରେ କମିଛି ରେଟ୍‌
author img

By

Published : May 31, 2020, 12:47 AM IST

ନୂଆଦିଲ୍ଲୀ: ଲକଡାଉନର 3ଟି ପର୍ଯ୍ୟୟ ତୁଳନାରେ ଚତୁର୍ଥ ରାଉଣ୍ଡରେ ସୁନା ଦାମ ହ୍ରାସ ପାଇଛି । ଶୁକ୍ରବାର ସୁନା ଦାମ 10 ଗ୍ରାମ ପିଛା 46,929 ଟଙ୍କା ରହିଛି । ଯେତେବେଳେ କି ମେ 18ରେ 10 ଗ୍ରାମ ସୁନା ଦାମ 47,861 ଟଙ୍କା ସହ ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ସମଗ୍ର ଦେଶରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ମେ 31 କୁ ଶେଷ ହେଉଛି । ଲକଡାଉନ ମଧ୍ୟରେ ଘରୋଇ ସରଫରା ବଜାର ବନ୍ଦ ଅଛି । ତଥାପି ସୁନା ଦାମ ରେକର୍ଡ ସ୍ତରକୁ ଛୁଇଁଛି । ବର୍ତ୍ତମାନର ସଙ୍କଟ ସ୍ଥିତିରେ ନିବେଶ ସୁରକ୍ଷିତ ନିବେଶ ପାଇଁ ସୁନା ଉପରେ ଟଙ୍କା ଲଗାଉଛନ୍ତି । ଫଳରେ ସୁନା ଦାମ ଲଗତାର ବଢିଚାଲିଥିବା ଦେଖିବାକୁ ମିଳିଛି ।

ତେବେ ଶୁକ୍ରବାର ଡଲାର ତୁଳାରେ ଟଙ୍କାର ମୁଲ୍ୟ ବୃଦ୍ଧି ଓ ଚୀନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦ ମଧ୍ୟରେ ସୁନା ଦାମ ସାମାନ୍ୟ ଖସିଥିଲା ।

ଲକଡାଉନ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 25ରୁ ଏପ୍ରିଲ 14 ମଧ୍ୟରେ ସୁନା ଦାମ 10 ଗ୍ରାମ ପିଛା ମୋଟ 2,610 ଟଙ୍କା ବଢିଛି । ସେହିପରି ଲକଡାଉନ ଦ୍ବିତୀୟ ପର୍ଯ୍ୟାୟ 15 ଏପ୍ରିଲରୁ ମେ 3 ମଧ୍ୟରେ ସୁନା ଦାମ 10 ଗ୍ରାମ ପିଛା 121 ଟଙ୍କା ବଢିଛି ।

ଲକଡାଉନ ତୃତୀୟ ପର୍ଯ୍ୟାୟ ମେ 3ରୁ 17 ମେ ମଧ୍ୟରେ ସୁନା ଦାମ 1,154 ଟଙ୍କା ବଢିଥିଲା । ଏହି ସମୟରେ ପ୍ରଥମ ଥର ସୁନା ଦାମ 10 ଗ୍ରାମ ପିଛା 47 ହଜାର ପାର କରିଥିଲା ।

ତେବେ ଲକଡାଉନ ଚତୁର୍ଥ ପର୍ଯ୍ୟାୟରେ ସୁନା ଦାମରେ ହ୍ରାସ ଦେଖିବାକୁ ମିଳିଛି । ହେଲେ ବି 3 ଥର ଦାମ ବୃଦ୍ଧି ପାଇଛି । କିନ୍ତୁ ବୃଦ୍ଧି ହେଲେ ସୁଦ୍ଧା ତୃତୀୟ ଲକଡାଉନ ତୁଳନାରେ ବର୍ତ୍ତମାନର ଦାମ ଦେଖିବାକୁ ଗଲେ ସୁନା 10 ଗ୍ରାମ ପିଛା ପ୍ରାୟ 900 ଟଙ୍କାରୁ ଉର୍ଦ୍ଧ୍ବ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.