ETV Bharat / business

ହୋସ ଉଡାଉଛି ଗହଣା ଦର, 37 ହଜାର ଛୁଇଁଲା ସୁନା

author img

By

Published : Aug 5, 2019, 8:52 PM IST

ସୁନା, ରୂପା କିଣିବାକୁ ଇଚ୍ଛା ରଖିଛନ୍ତି କି? ଦାମ ଶୁଣିଲେ ଉଡିଯିବ ହୋସ । 10 ଗ୍ରାମ ସୁନା ଦର 800 ଟଙ୍କା ବୃଦ୍ଧି ପାଇ 36,970ରେ ପହଞ୍ଚିଛି । 2013 ମେ ପରଠାରୁ ଏହା ସର୍ବୋଚ୍ଚ ରେକର୍ଡ କରିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଗହଣା ପିନ୍ଧିବା ପଡିବ ମହଙ୍ଗା । ଲଗାତାର ହୁହୁ ହୋଇ ବଢୁଛି ଦାମ । 10 ଗ୍ରାମ ସୁନା ଦାମ ଶୁଣିଲେ ହୋସ ଉଡିଯାଉଛି । କେବଳ ସୁନା ନୁହେଁ ରୂପାର ଚମକ ଭଳି ଦାମ ମଧ୍ୟ ଆକାଶଛୁଆଁ ହେଲାଣି ।

ସୋମବାର ରେକର୍ଡ ଭାଙ୍ଗିଲା ସୁନା ଦର । 10 ଗ୍ରାମ ପିଛା ସୁନା ଦର 800 ଟଙ୍କା ବୃଦ୍ଧି ପାଇ 36,970ରେ ପହଞ୍ଚିଛି । ଯାହାକି 6 ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ସେପଟେ ରୂପା ଦାମ ମଧ୍ୟ କେଜି ପିଛା 1000 ଟଙ୍କା ବଢି 43 ହଜାର 100 ଟଙ୍କା ଅଛି ।

ଆମେରିକା ଓ ଚୀନ ଟ୍ରେଡୱାର ତୀବ୍ର ଆଶଙ୍କା ଓ ସ୍ଥାନୀୟ ଜୁଏଲର୍ସ ଚାହିଦା ବୃଦ୍ଧି ଯୋଗୁଁ ଦାମ ଆକାଶଛୁଆଁ ହୋଇଛି ।

ରାଷ୍ଟ୍ରୀୟ ରାଜଧାନୀରେ 99.9ଓ 99.5ପ୍ରତିଶତ ଶୁଦ୍ଧତା ଥିବା ସୁନା 10 ଗ୍ରାମ ପିଛା 800 ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ 36,970 ଏବଂ 36,800 ଟଙ୍କା ରହିଛି । ଶନିବାର ସୁନା 10 ଗ୍ରା ପିଛା 540 ବଢି 36170 ଟଙ୍କା ରହିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.