ETV Bharat / business

55 ହଜାର ନିକଟତର ସୁନା, ରୂପା କିଲୋ 70 ହଜାର ପାର୍ - ରୂପା କିଲୋ 70 ହଜାର ଡେଇଁଲା

ଘରୋଇ ଫ୍ୟୁଚର ବଜାରରେ ରୂପା କିଲୋ 2011 ସ୍ତର ନିକଟତର ହୋଇ 70,000 ଟଙ୍କା ଡେଇଁଛି । ସେହିପରି ସୁନା ଦାମ 10 ଗ୍ରାମ ପ୍ରତି 55 ହଜାର ଟଙ୍କା ନିକଟତର ରହିଛି । ଅଧିକ ପଢନ୍ତୁ..

55 ହଜାର ନିକଟତର ସୁନା , ରୂପା କିଲୋ 70 ହଜାର ଡେଇଁଲା

author img

By

Published : Aug 5, 2020, 1:34 PM IST

ମୁମ୍ବାଇ: ମହାମାରୀରେ ମୂଲ୍ୟବାନ ଧାତୁ ଉପରମୁହାଁ । ସୁନା ଓ ରୂପାର ଦାମ ଲମ୍ବା ଲମ୍ଫ ନେଇ ବଢିଚାଲିଛି । ସୁରକ୍ଷିତ ନିବେଶର ଜରିଆ ଯୋଗୁଁ ସୁନା ଓ ଶିଳ୍ପ ସଂସ୍ଥା ଓ କଏନ ନିର୍ମାତାଙ୍କ ଅଧିକ ଚାହିଦା ଯୋଗୁଁ ରୂପା ବି ମହଙ୍ଗା ହୋଇଛି ।

ଘରୋଇ ଫ୍ୟୁଚର ବଜାରରେ ରୂପା କିଲୋ 2011 ସ୍ତର ନିକଟତର ହୋଇ 70,000 ଟଙ୍କା ଡେଇଁଛି । ସେହିପରି ସୁନା ଦାମ 10 ଗ୍ରାମ ପ୍ରତି 55 ହଜାର ଟଙ୍କା ପାଖାପାଖି ପହଞ୍ଚିଛି ।

ଟଙ୍କା ତୁଳନାରେ ଡଲାର ଦୁର୍ବଳ ଯୋଗୁଁ ସୁନାରେ ଚମକ ଆସିଛି । ଫଳରେ ବୈଶ୍ବିକ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 2000 ଡଲାରରେ ପହଞ୍ଚି ବୁଧବାର ନୂଆ ରେକର୍ଡ ସୃଷ୍ଟି କରିଛି । ଭାରତର ସ୍ପଟ୍ ଏବଂ ଫ୍ୟୁଚର ବଜାରରେ ଏପ୍ରିଲ 2011 ରେ ରୂପା କିଲୋ 76,000 ଟଙ୍କା ଅତିକ୍ରମ କରିଥିଲା।

କମୋଡିଟି ବିଶେଷଜ୍ଞଙ୍କ କହିବା ଅନୁସାରେ କୋରୋନା କାଳରେ ସୁନା ପ୍ରତି ବଢୁଥିବା ନିବେଶଙ୍କ ଚାହିଦା ଯୋଗୁଁ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ବୁଧବାର କାରବାର ମଧ୍ୟରେ ରୂପା କିଲୋଗ୍ରାମ ପିଛା 487 ଟଙ୍କା ବୃଦ୍ଧି ପାଇ 70,284 ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ 2011ମସିହୀ 25 ଏପ୍ରିଲରେ, MCX ରେ ରୂପା ମୂଲ୍ୟ କିଲୋଗ୍ରାମରେ 76,600 ଟଙ୍କାକୁ ବୃଦ୍ଧି ପାଇଥିଲା ।

ସେହିଭଳି ସୁନା ଦାମ ଏମସିଏକ୍ସରେ 364 ଟଙ୍କା ଉଛୁଳି 10 ଗ୍ରାମ ପ୍ରତି 54,915 ଟଙ୍କାରେ କାରବାର କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.