ETV Bharat / business

ଦୀପାବଳି ସୁଦ୍ଧା 52 ହଜାର ଛୁଇଁବ ସୁନା - Gold price

କୋରୋନା ସଙ୍କଟ, ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ, ବୈଶ୍ବିକ ଏଜେନ୍ସିଙ୍କ ଆକଳନରେ ସଂଶୋଧନ ଦ୍ବାରା ନିବେଶକ ଭୟଭୀତ । ଏଥିଯୋଗୁଁ ସୁରକ୍ଷିତ ନିବେଶ ପାଇଁ ସୁନାର ବଢୁଛି ଚାହିଦା । ଅଧିକ ପଢନ୍ତୁ...

ଦୀପାବଳି ସୁଦ୍ଧା ସୁନା 52 ହଜାର ଟଙ୍କା ଛୁଇଁବ
ଦୀପାବଳି ସୁଦ୍ଧା ସୁନା 52 ହଜାର ଟଙ୍କା ଛୁଇଁବ
author img

By

Published : Jun 27, 2020, 7:41 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସୁରକ୍ଷିତ ନିବେଶ ଦର୍ଶାଉଥିବା ମୂଲ୍ୟବାନ ଧାତୁ ସୁନା ପୁଣି ଆକାଶଛୁଆଁ । ଦିନକୁ ଦିନ ଯେଉଁଭଳି ଏହାର ଚାହିଦା ସହ ଦାମ ବୃଦ୍ଧି ପାଉଛି ଦୀପାବଳି ସୁଦ୍ଧା 10 ଗ୍ରାମ ପିଛା ସୁନା ଦାମ 52,000 ହଜାର ଟଙ୍କା ଛୁଇଁପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଏପରିକି ବର୍ତ୍ତମାନର ଟ୍ରେଣ୍ଡକୁ ଦୃଷ୍ଟିରେ ରଖିଲେ ଆସନ୍ତା 2 ବର୍ଷରେ 10 ଗ୍ରାମ ସୁନା ଦାମ ସବୁ ରେକର୍ଡ ଭାଙ୍ଗି ଐତିହାସିକ ସ୍ତର 65 ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ବୁଧବାର ସୁନା ଦାମ 10 ଗ୍ରାମ ପିଛା 48,589 ଟଙ୍କାକୁ ଉଛୁଳିଥିଲା । ଯାହାକି ଏମସିଏକ୍ସରେ ସୁନା ଦାମର ସବୁଠୁ ଉଚ୍ଚା ସ୍ତର । ସେପଟେ ଆନ୍ତର୍ଜାତୀୟ ଫ୍ୟୁଚର ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1791.55 ଡଲାରକୁ ବୃଦ୍ଧି ପାଇଛି । ଯାହାକି 2012 ପରେ ସର୍ବୋଚ୍ଚ ସ୍ତର ।

କୋରୋନା ମହାମାରୀ ପ୍ରକୋପ ପୁଣି ବଢିବା ସହ ଆର୍ଥିକ ଗତିବିଧି ପ୍ରଭାବିତ ଆଶଙ୍କା ବଢିଛି । ଏଥିମଧ୍ୟରେ ଆଇଏମଏଫର ଅଭିବୃଦ୍ଧି ହାର ହ୍ରାସ ନେଇ ଆକଳନ କରିଛି । ଯାହା ଦ୍ବାରା ନିବେଶକ ସୁରକ୍ଷିତ ନିବେଶ ପ୍ରତି ମନ ବଳାଉଛନ୍ତି । ଯାହା ଫଳରେ ସୁନାର ଦାମ ବଢିଚାଲିଛି ବୋଲି କମୋଡିଟି ବଜାରର ବିଶେଷଜ୍ଞ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.