ETV Bharat / business

ଡିସେମ୍ବରରେ 42 ହଜାର ଛୁଇଁବ ସୁନା ! - Gold Market

ଆଗକୁ ବିବାହ ଓ ବ୍ରତ ସିଜନ । ଗହଣା କିଣିବାକୁ ପ୍ରସ୍ତୁତ ଲୋକ । ଏପଟେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସୁନା 42 ହଜାର ଟପିବା ନେଇ ବିଶେଷଜ୍ଞ ଆକଳନ କଲେଣି । ଏନେଇ ଚିନ୍ତାରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 29, 2019, 12:17 PM IST

ନୂଆଦିଲ୍ଲୀ: ଆଗକୁ ଗହଣା କିଣିବାକୁ ପ୍ଲାନ କରୁଛନ୍ତି କି ? ତେବେ ଆଉ ଅପେକ୍ଷା କରନ୍ତୁନାହିଁ । ଶୀଘ୍ର କରନ୍ତୁ । କାରଣ ଡିସେମ୍ବର ମାସ ସୁଦ୍ଧା 10 ଗ୍ରାମ ସୁନା 42 ହଜାର ଟଙ୍କା ଛୁଇଁବ । ଆମେରିକା ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ, କେନ୍ଦ୍ରୀୟ ବ୍ୟାଙ୍କରୁ ନିରନ୍ତର କ୍ରୟ ଏବଂ ଡଲାର ତୁଳନାରେ ଟଙ୍କାର ମୁଲ୍ୟ ଦୁର୍ବଳ ଆଦି ଯୋଗୁଁ ଚଳିତ ବର୍ଷ ଶେଷ ବେଳକୁ ସୁନା ଚଛା ଦାମରେ ବିକ୍ରି ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

କମୋଟ୍ରେଣ୍ଡଜ ରିସର୍ଚ୍ଚର ସହ ପ୍ରତିଷ୍ଠାଚା (ସିଇଓ) ଭାନଶେଖର ଥିଆଗରାଜନ କହିଛନ୍ତି ଯେ, ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡିକରେ ଭୌଗଳିକ ରାଜନୈତିକ ଅସ୍ଥିରତା ଯୋଗୁଁ ଆନ୍ତର୍ଜାତିକ କମୋଡିଟି ବଜାରରେ ସୁନା ମୁଲ୍ୟ ଆଉନ୍ସ ପିଛା 1650 ଡଲାର ରହିଛି ।

ଏପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁନା କିଣା ଚାଲୁ ରଖିଛି । ଯେଉଁଥିପାଇଁ ଦାମ ବଢିବ ବୋଲି ଆଶା ରହିଛି । ପ୍ରକାଶ ଯେ, ଯେବେ ସୁନା ମୁଲ୍ୟ ଆଉନ୍ସ ପିଛା 1506 ଟଙ୍କା ରହିଥିଲା ସେହି ସମୟରେ ଭାରତୀୟ ବଜାରରେ ସୁନା ଦର 10 ଗ୍ରାମ ପିଛା 38,302 ଟଙ୍କା ଥିଲା ।

ଏନେଇ ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେସ ଉପସଭାପତି ନବନୀତ ଦାମାନି କହିଛନ୍ତି କି , ସୁନା କ୍ରୟ ପାଇଁ ଚଳିତ ବର୍ଷ ଏକ ଭଳ ବର୍ଷ । ତେବେ ଚାହିଦା ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ସୁନା ଦାମ ପାଖାପାଖୀ 15 ପ୍ରତିଶତ ବଢିଛି । ସେପଟେ ଆମରୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 1.4 ପ୍ରତିଶତ ଖସିଥିବାରୁ ସୁନା ଦାମ ମଧ୍ୟ ବଢିବାରେ ଲାଗିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.